ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଏମ୍‌.କମ୍‌.ରେ ଦ୍ୱିତୀୟ ସ୍ଥାନ ଅଧିକାର କଲେ କେଭି କଲେଜର ଛାତ୍ରୀ ସବୀନା

କଂଟାବାଂଜି, (ମନିଶ କୁମାର ହଂସ) : ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଏମ୍‌.କମ୍‌.ରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି କଂଟାବାଂଜି କେ.ଭି. କଲେଜର ଛାତ୍ରୀ ସବୀନା ପର୍‌ବିନ୍‌ । କେଭି କଲେଜରେ ପ୍ରଥମ ବ୍ୟାଚ୍‌ ଓଡ଼ିଆ ଓ ବାଣିଜ୍ୟ ବିଭାଗରେ ସ୍ନାତକୋତ୍ତର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ବେଶ୍‌ ସଫଳତା ଅର୍ଜନ କରିଥିବା କୁହାଯାଇଛି । ସ୍ନାତକୋତ୍ତର ଛାତ୍ରୀ ସବୀନା ବିଶ୍ୱବିଦ୍ୟାଳୟରେ ଦ୍ୱିତୀୟ ସ୍ଥାନରେ ରହି ମହାବିଦ୍ୟାଳୟ ତଥା ଅଂଚଳ ପାଇଁ ଗୌରବ ଆଣି ଦେଇଛନ୍ତି । ଏହି କଲେଜରୁ ସ୍ନାତକୋତ୍ତରରେ ୨୭ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨୦ ଜଣ ପ୍ରଥମ ଶ୍ରେଣୀରେ ଓ ୭ ଜଣ ଦ୍ୱିତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ଜଣାପଡ଼ିଛି ।

Leave A Reply

Your email address will not be published.