jayashree

ଷାଠିଏ ଘର ଡୁମାଲ ସମାଜର ଗ୍ରାମ୍ୟ ମନ୍ଥନ ସଭା ଅନୁଷ୍ଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସଦର ବ୍ଲକ ଅନ୍ତର୍ଗତ ବରପିଟା ଗ୍ରାମରେ ଷାଠିଏ ଘର ଡୁମାଲ ସମାଜର ଗ୍ରାମ୍ୟ ମନ୍ଥନ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ମନ୍ଥନ ସଭାରେ ଶେଷଦେବ କର୍ମୀ ସଭାପତିତ୍ୱ କରିଥିବା ବେଳେ ଆଇଜୀବୀ ତୀର୍ଥ ପଧାନ ମଂଚ ପରିଚାଳନା କରିଥିଲେ । ଜିଲ୍ଲାର ଡୁମାଲ ସମାଜ ପରିବାରର ଲୋକଙ୍କ ଶିକ୍ଷା, ସ୍ୱାସ୍ଥ୍ୟ, ସାମାଜିକ, କୃଷି ତଥା ବ୍ୟବସାୟିକ ଉନ୍ନତିର ଲକ୍ଷ୍ୟ ରଖି ସମାଜକୁ ଆହ୍ୱାନ ଦେଇ ଆସୁଥିବା ତଥା ଜାଗରଣ, ଗୁରୁବନ୍ଦନା, ମନ୍ଥନ, ପିତାମାତାଙ୍କ ଚରଣ ବନ୍ଦନା, ଯୋଗାଯୋଗ, ଗୁରୁ ଆଶୀର୍ବାଦ ଭଳି ସମାଜ ଆବୃତ କାର୍ଯ୍ୟକ୍ରମର ପ୍ରମୁଖ ତଥା ସମାଜସେବୀ, ବରିଷ୍ଠ ଆଇନଜୀବୀ ଜଗନ୍ନାଥ କରନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନିଶ୍ଚିତ ସମୟ ସୀମା ଭିତରେ ସମାଜରେ ଥିବା ଶିକ୍ଷାର ଉଚ୍ଚ ସ୍ତରକୁ ସମାଜିକ ଭାଇମାନଙ୍କ ନ ପହଞ୍ଚାଇଲେ ଆଗକୁ ଜୀବନ ଜୀବିକା ଉପରେ କୁପ୍ରଭାବ ପଡିବ ବୋଲି କହିବା ସହିତ ମହିଳା ସମାଜ ପାଇଁ ଉଚ୍ଚ ଶିକ୍ଷା ଗ୍ରହଣ କରିବା ଅପରିହାର୍ଯ୍ୟ ବୋଲି ଆହ୍ୱାନ ଦେଇଥିଲା । ସମ୍ମାନିତ ଅତିଥି ଭାବେ ଈଶ୍ୱର କରନ, ଆଇନଜୀବୀ ରମାକାନ୍ତ ପଧାନ, ଶିବତଲା ଆଂଚଳିକ କମିଟିର ସଭାପତି ଗୁରୁଦେବ କର୍ମୀ, ରାଜ କୁମାର ପଧାନ, ଟିକେଶ୍ୱର କର୍ମୀ, ଚମରା ମହାକୁର, ଅବସରପ୍ରାପ୍ତ ଶିକ୍ଷକ ରାମେଶ୍ୱର ପଧାନ, ଚାପ କର୍ମୀ, ଅଭି ପଧାନ, ଚାପ କର୍ମୀ, ସହଦେବ ପଧାନ, ଭୁବନେଶ୍ୱର ପଧାନ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ । ମାତୃପିତୃ ଚରଣ ବନ୍ଦନା କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକମାନଙ୍କୁ ଆମନ୍ତ୍ରଣ କରାଯାଇ ତାଙ୍କ ପଦ ରଣଧୃତ କରିବା ସଙ୍ଗେ ସଙ୍ଗେ ଫୁଲ ଚନ୍ଦନ ଏବଂ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା । ପରିଣତ ବୟସରେ ସେମାନଙ୍କ ଉପଯୁକ୍ତ ଯତ୍ନ ନେବା ସହିତ ସେମାନେ କିପରି ସମ୍ମାନର ସହିତ ଜୀବନ ଅତିବାହିତ କରିପାରିବେ ଆମ ସମସ୍ତଙ୍କର ଉତ୍ତର ଦାୟିତ୍ୱ ରହିଛି ବୋଲି ଅତିଥିବୃନ୍ଦ ମତ ବ୍ୟକ୍ତ କରିଥିଲେ । ସମାଜରେ ବିକାଶର ପରିକଳ୍ପନା ମାତୃ ସମାଜକୁ ପଛରେ ପକାଇ କେବେ ସମ୍ଭବ ହୋଇ ପାରିବ ନାହିଁ ବୋଲି ମତ ପ୍ରକାଶ କରି ଯେହେତୁ ଆମର ଇଷ୍ଟଦେବୀ ହେଉଛନ୍ତି ମା’ ମାହେଶ୍ୱରୀ । ତେଣୁ ମାତୃ ସମାଜକୁ ଶିକ୍ଷା କ୍ଷେତ୍ରରେ ପ୍ରାଥମିକତା ଦେବା ସହିତ ଆମ୍ଭ ସମସ୍ତଙ୍କ ଦାୟିତ୍ୱ ସେମାନଙ୍କୁ ସୁରକ୍ଷା ଦେଇ ଯଥୋଚିତ ସମ୍ମାନ ଦେବା ଉଚିତ ବୋଲି ସଭାରେ ଆହ୍ୱାନ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଶମ୍ଭୁ କର୍ମୀ, ଶ୍ରଦ୍ଧାକର କର୍ମୀ, ମମୀ କର୍ମୀ, ଗୁଲାପୀ କର୍ମୀ, ଦୁତି ପଧାନ, ସଂଗୀତା କର୍ମୀ, ଦୁଲଣୀ କର୍ମୀ, ପୁଷ୍ପଲତା କର୍ମୀ, ଯଶୋବନ୍ତି କର୍ମୀ, ମାର୍କଣ୍ଡ କର୍ମୀ, ଆକାଶ କର୍ମୀ, ନନ୍ଦୀ କର୍ମୀ, ପୁରୁଷୋତ୍ତମ କର୍ମୀ, ଫଗୁନୁ କର୍ମୀ, ରବୀନ୍ଦ୍ର କର୍ମୀ, ଦୀନବନ୍ଧୁ କର୍ମୀ, ଅଖିଳ ପଧାନ, ଦିନବନ୍ଧୁ ପଧାନ, ପ୍ରସନ୍ନ କର୍ମୀ, ବେଣୁଧର କର୍ମୀ, ଅଙ୍ଗଦ ପଧାନ, ଚମରୁ କର୍ମୀ, ବିରଞ୍ଚି କର୍ମୀ, ଡାକ୍ତର କର୍ମୀ, କୃଷ୍ଣ କର୍ମୀ, ବିଘ୍ନରାଜ କର୍ମୀ, ରୋହିତ କର୍ମୀ, ଜଗନ୍ନାଥ କର୍ମୀ ପ୍ରମୁଖ ଶତାଧିକ ମହିଳା ଓ ଯୁବ ଗୋଷ୍ଠୀ ଉପସ୍ଥିତ ରହି ମନ୍ଥନ ସଭାକୁ ସଫଳ ରୂପାୟନ ଦେଇଥିଲେ ।

Leave A Reply

Your email address will not be published.