ls

ଗାନ୍ଧୀ ପାଠାଗାର ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା

sb

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୂର୍ବତନ ସୈନିକ ରାଧେଶ୍ୟାମ ବଗର୍ତ୍ତୀ ତଥା ଗାନ୍ଧୀ ପାଠାଗାରର ସ୍ଥାୟୀ ସଦସ୍ୟଙ୍କ ବିୟୋଗ ପରେ ଗୁରୁବାର ସନ୍ଧ୍ୟାରେ ଅମର ଆତ୍ମାର ସଦଗତି ପାଇଁ ସ୍ଥାନୀୟ ଗାନ୍ଧୀ ପାଠାଗାର ଠାରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ଅବସରପ୍ରାପ୍ତ ସୈନିକ ସଂଘର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ସଭାରେ ଗାନ୍ଧୀ ପାଠାଗାରର ସମସ୍ତ ସଦସ୍ୟ ଅମର ଆତ୍ମାର ସଦଗତି ପାଇଁ ଦୁଇ ମିନିଟ୍‌ ନୀରବ ପ୍ରାର୍ଥନା କରାଯାଇଥିଲା । ସର୍ବ ପ୍ରଥମେ ଗାନ୍ଧୀ ପାଠାଗାରର ସଭାପତି ପ୍ରକାଶ ନେପାକ ସ୍ୱର୍ଗତ ରାଧେଶ୍ୟାମ ବଗର୍ତ୍ତୀଙ୍କ ଜୀବନର ବହୁମୂଲ୍ୟ ତ୍ୟାଗ ତଥା ଦୃଢ ବ୍ୟକ୍ତିତ୍ୱକୁ ଉପସ୍ଥାପନ କରିଥିଲେ । ବରିଷ୍ଠ ସଭ୍ୟ ବିକ୍ରମାନନ୍ଦ ବହିଦାର ତାଙ୍କ ସହପାଠୀ ସ୍ୱର୍ଗତ ବଗର୍ତ୍ତୀଙ୍କ ଜୀବନର ଆରମ୍ଭରୁ ବର୍ତ୍ତମାନ ଯାଏ ବନ୍ଧୁତ୍ୱର ବହୁଳ ଉଦାହରଣ ଦେଇଥିଲେ । ନିଳମଣି ମିଶ୍ର ମଧ୍ୟ ତାଙ୍କୁ ନିଜର ସହପାଠୀ କହି ସ୍ମୃତିଚାରଣ କରିଥିଲେ । ପୂର୍ବତନ ସୈନିକ ପ୍ରତାପ ରଥ ସ୍ୱର୍ଗତ ବଗର୍ତ୍ତୀଙ୍କୁ ସୈନିକ ବିଭାଗର ଜଣେ ଦୃଢ ବ୍ୟକ୍ତିତ୍ୱ ଥିଲେ ବୋଲି କହିଥିଲେ । ଭଗବାନ ବଗର୍ତ୍ତୀ ତାଙ୍କର ବଡଭାଇ ସ୍ୱର୍ଗତ ରାଧେଶ୍ୟାମ ବଗର୍ତ୍ତୀଙ୍କ ଦୃଢ ବ୍ୟକ୍ତିତ୍ୱର ବିଭିନ୍ନ ଉଦାହରଣ ଦେଇଥିଲେ । ପାଠାଗାରର ସଂପାଦକ ପ୍ରଦୀପ ସାହୁ, ଉପସଭାପତି ସନ୍ତକ ବହିଦାର ନିଜସ୍ୱ ମତ କରିଥିଲେ । ବରିଷ୍ଠ ସଭ୍ୟ ବିଶ୍ୱଜିତ ସାହୁ ଏକ ଦେଶଭକ୍ତି ଗୀତ ଗାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଜେନ୍ଦ୍ର ମିଶ୍ର, ବିଧୁଭୂଷଣ ତ୍ରିପାଠୀ, ସଂଗ୍ରାମ ବହିଦାର, ବାଦଲ ସାହୁ, ପ୍ରମୋଦ ପ୍ରଧାନ, ପ୍ରମୋଦ କୁମାର ସାହୁ, ଅଜିତ କୁମାର ପଣ୍ଡା, ସତ୍ୟନାରାୟଣ ବେହେରା, ଅଶୋକ କୁମାର ଚାନ୍ଦ, ରାଜେନ୍ଦ୍ର ପାଣି, ରାଜେଶ ଅଗ୍ରୱାଲ, ଇନୁ, ବୁଲୁ ବାଗ, ରବି ସାହୁ, ଚିତ୍ତ ରଂଜନ ସାହୁ, ନେପାଲ ମହାରଣା, ଅବଦୁଲ ରଜାକ୍‌, ସଂଜିତ କୁମାର ଦାସ, ଜିତେନ୍ଦ୍ର ନାଗ, ଭରତ ବଗର୍ତ୍ତି, ଏସ୍‌.ପି. ବିଶ୍ୱାଲ, ଜି.ପି.ବେହେରା, ଏସ୍‌.ଆର.ପଟେଲ, ଅଶୋକ କୁମାର ରାଉତ, କୃଷ୍ଣଚନ୍ଦ୍ର ପଟେଲ, ବୈଷ୍ଣବ ଚରଣ ସାହୁ, ଅଶୋକ କୁମାର ନନ୍ଦ, ବନମାଲି ମିଶ୍ର ଓ ବୁଲୁ ଶତପଥି ପ୍ରମୁଖ ସ୍ମୃତିଚାରଣ କରିଥିଲେ ।

pc pk
Leave A Reply

Your email address will not be published.