pakka

ବରଗଡ଼ କଂଗ୍ରେସର ପଥପ୍ରାନ୍ତ ସଭା

bbehera

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ବରଗଡ଼ ଜିଲ୍ଲା କଂଗ୍ରେସ କମିଟି ସଭାପତି ନିହାର ରଞ୍ଜନ ମହାନନ୍ଦଙ୍କ ନେତୃତ୍ବରେ ଅତାବିରା ବ୍ଲକ କଂଗ୍ରେସ ସଭାପତି ଦୟାସାଗର ମେଣ୍ଡେଲିଙ୍କ ସଭାପତିତ୍ୱରେ ‘ମେହେଙ୍ଗାଇ ପେ ଚର୍ଚ୍ଚା’ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଜି ଅତାବିରା ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୋଡଭଗା ଛକ, ଗୋଡଭଗା ସପ୍ତାହିକି ବଜାର ପ୍ରାଙ୍ଗଣ ଠାରେ ପଥପ୍ରାନ୍ତ ସଭା ଆୟୋଜିତ ହୋଇଥିଲା । ଉକ୍ତ ସଭାରେ କେନ୍ଦ୍ର ବଜେପି ସରକାର ଓ ରାଜ୍ୟ ବିଜେଡି ସରକାରଙ୍କ ଜନମାରଣ ନୀତି ଓ ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ, କିରୋସିନ, ବିଭିନ୍ନ ଅତ୍ୟାବଶ୍ୟକୀୟ ସାମଗ୍ରୀ ଗୁଡିକର ଅହେତୁକ ଦରବୃଦ୍ଧିର ପ୍ରତିବାଦ କରାଯାଇଥିଲା । ଏହି ପ୍ରତିବାଦ ସଭାରେ ପର୍ୟ୍ୟବେକ୍ଷକ ଦୁର୍ଗା ପାଢ଼ୀ, ରବିନାରାୟଣ ପଣ୍ଡା, ପାଣ୍ଡବ କର୍ଣ୍ଣ, ଉନ୍ନି ନାୟର, କେ.ଶ୍ରୀନିବାସ, ପ୍ରତାପ ଚନ୍ଦ୍ର ନାୟକ, ଜିତୁ ଭୋଇ, ଦୀପକ ରାୟ, କୁନୁ ମହାପାତ୍ର, ଆଜାଦ ପତି, ଉମାଶଙ୍କର ଭୋସାଗର, ରମଣି ଦନ୍ତା, ସୌମ୍ୟକାନ୍ତ ଦାଶ, ଦିନେଶ, ନିତିଶ ସୁନା, ସରୋଜ ନାଏକ, ବିକାଶ ସୁରୁଜାଲ, ରମେଶ ପାଣ୍ଡିଆ, ଶତ୍ରୁଘନ ଭୋଏ, ବିନୋଦ ଖମୀର ପ୍ରମୁଖ ପଥପ୍ରାନ୍ତ ସଭାରେ ଯୋଗ ଦେଇଥିଲେ ।

jay balangir
Leave A Reply

Your email address will not be published.

seventeen − 10 =

error: Content is protected !!