csstore

ଲୋକକଳା ସଂଘ ପକ୍ଷରୁ ସ୍ୱର୍ଗତ ସଂଚାର ଗୁରୁ ଦୁଃଖନାଶନ ବେହେରାଙ୍କ ଶ୍ରଦ୍ଧାଞ୍ଜଳୀ ସଭା

  • ସ୍ୱର୍ଗତ ଗୁରୁ ଦୁଃଖନାଶନ ବେହେରା ଥିଲେ ସଂଚାର କଳାର ଜଣେ ଅନନ୍ୟ ପ୍ରତିଭା ଓ ଗବେଷକ : ଲୋକ କଳାକାର ସଂଘ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ କାର୍ଯ୍ୟାଳୟ ପରିସର ସଭାଗୃହ ଠାରେ ପାଇକମାଲ ବ୍ଲକ ଲୋକକଳା ସଂଘ ପକ୍ଷରୁ ସ୍ୱର୍ଗତ ସଂଚାର ଗୁରୁ ଦୁଃଖନାଶନ ବେହେରାଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଛି । ଲୋକକଳା ସଂଘ ସଭାପତି ଶୁକଦେବ ବେରିଆଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ବିଡ଼ିଓ ପ୍ରଫୁଲ୍ଲ ଉଦୁ ଯୋଗଦେଇ ସଂଚାର ଗୁରୁ ଦୁଃଖନାଶନ ବେହେରାଙ୍କ ଫଟୋଚିତ୍ରରେ ଦୀପ ପ୍ରଜ୍ୱଳନ ପୂର୍ବକ ପୁଷ୍ପମାଲ୍ୟ ଅପର୍ଣ କରି ତାଙ୍କ କଳା ଜୀବନ ତଥା ଶ୍ରୀ ବେହେରା ସଂଚାର କଳାର ଜଣେ ବରିଷ୍ଠ ଗବେଷକ ଭାବେ ରାଜ୍ୟ ଏବଂ ରାଜ୍ୟ ବାହାରେ ସଂଚାର କଳା ପ୍ରଦର୍ଶନ କରି ସଂଚାର କଳା ବଞ୍ଚାଇଥିଲେ । ସେ ଜାପାନ, ଦିଲ୍ଲୀକୁ ଯାଇ ମଧ୍ୟ ତାଙ୍କ ସଂଚାର କଳା ପ୍ରଦର୍ଶନ କରି ନିଜ ଅଞ୍ଚଳର ତଥା ରାଜ୍ୟର ଗୌରବ ଆଣିଛନ୍ତି ବୋଲି ମତପୋଷଣ କରି ଶ୍ରୃତିଚାରଣ କରିଥିଲେ । ଏଥିରେ ଲୋକକଳା ସଂଘ ବରିଷ୍ଠ କଳାକାର କର୍ପୁଚ୍ଚନ ଛତର, ଶାନ୍ତିଲାଲ ପ୍ରଧାନ, ଗଣେଶ ସୁନା, ଦୁର୍ଲ୍ଲଭ ହରିପାଳ, ଭୀଷ୍ମଣ ସାହୁ, ଆଦି ସୁନା, ଗିରିଧାରୀ ବାଗ, ଅକ୍ରୁର ଥପା, ଗଣ୍ଡୁ ବରିହା, ଶ୍ରୀଧର ଷାଣ୍ଢ, ସାଗର ପଟେଲ, ଗଣେଶ କୁମ୍ଭାର, କୃପାରାମ ଭଇସାଲ, ନବୀନ କଠାର ପ୍ରମୁଖ ଉପସ୍ଥିତ ରହି ସଂଚାର ଗୁରୁ ଦୁଃଖନାଶନ ବେହେରାଙ୍କ ଫଟୋଚିତ୍ରରେ ଦୀପ ପ୍ରଜ୍ୱଳନ ପୂର୍ବକ ପୁଷ୍ପମାଲ୍ୟ ଅପର୍ଣ କରି ଶ୍ରୃତିଚାରଣ ପୂର୍ବକ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ଗଣେଶ ସୁନା ସଭା ପରିଚାଳନା ସହ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.