
ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅନ୍ୟତମ ସାମାଜିକ ଅନୁଷ୍ଠାନ ରାଉରକେଲା ସଚେତନ ନାଗରିକ ମଞ୍ଚର ତ୍ରୟୋଦଶ ବାର୍ଷିକ ଉତ୍ସବ ଓ ଆଲୋଚନାସଭା ସ୍ଥାନୀୟ ସିଭିକ୍ ସେଣ୍ଟର ଠାରେ ଚଳିତ ମାସ ୨୬ ତାରିଖ ରବିବାର ପୂର୍ବାହ୍ନ ୧୦ ଘଟିକା ସମୟରେ ପାଳନ କରାଯିବ । ଏହି ପରିପ୍ରେକ୍ଷୀରେ ‘ସୁନ୍ଦରଗଡ ଜିଲ୍ଲା ଓ ରାଉରକେଲା ବିକାଶରେ ଅବହେଳା’ ଶୀର୍ଷକ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହେବ । ଉକ୍ତ କାର୍ଯ୍ୟକ୍ରମରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ମୁଖ୍ୟଅତିଥି, ଓଡ଼ିଶା ବିଧାନ ସଭାର ଉପ ବାଚସ୍ପତି ଭବାନୀ ଶଙ୍କର ଭୋଇ ସମ୍ମାନିତ ଅତିଥି, ରାଉରକେଲା ଇସ୍ପାତ କାରଖାନାର ଭାରପ୍ରାପ୍ତ ନିର୍ଦ୍ଦେଶକ ଆଲୋକ ବର୍ମା ଉଦଘାଟକ, ପୂର୍ବତନ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ବ୍ରଜ କିଶୋର ତ୍ରିପାଠୀ ବିଶିଷ୍ଟ ଅତିଥି ଏବଂ ଓଡ଼ିଶାର ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼େଇ ମୁଖ୍ୟ ଆଲୋଚକ ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ସ୍ମରଣିକା ଉନ୍ମୋଚନ ସହ ସମ୍ବର୍ଦ୍ଧିତ କାର୍ଯ୍ୟକ୍ରମ ରହିଛି । ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଜନସାଧାରଣ ଯୋଗ ଦେବା ପାଇଁ ମଞ୍ଚର ସଭାପତି ଅଭୟ କୁମାର ଦାସ ଏବଂ ସାଧାରଣ ସଂପାଦକ ପି.ପି. ରାୟ ନିବେଦନ କରିଛନ୍ତି ।