pr

ମଦନପୁରଠାରେ ବିଜେପିର ମଣ୍ଡଳ ସ୍ତରୀୟ ସମ୍ବର୍ଦ୍ଧନା ସଭା

dr. purohit

ମ. ରାମପୁର (ପି.କେ ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ମଦନପୁର ସ୍ଥିତ ବିଜୁ କଲ୍ୟାଣ ମଣ୍ଡପଠାରେ ଆଜି ମୋହନଗିରି ମଣ୍ଡଳ ସ୍ତରୀୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ନୂତନ ମଣ୍ଡଳ ସଭାପତି ଖ୍ରୀଷ୍ଟତତ୍ତ ରାଉତଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିରେ ସମ୍ମାନିତ ଅତିଥି ଭାବେ ଜିଲ୍ଲା କାର୍ଯ୍ୟକରିଣୀ ସଦସ୍ୟ ପଦ୍ମ ଲୋଚନ ମିଶ୍ର, ଜିଲ୍ଲା ଉପ ସଭାପତି ଅନିରୁଦ୍ଧ ପଧାନ, ବରିଷ୍ଟ ନାରୀ ନେତ୍ରୀ ସଂଯୁକ୍ତା ସିଂଦେଓ, ସିଙ୍ଗପୁର ସମିତି ସଭ୍ୟ ଗୋକୁଳାନନ୍ଦ ବିଶ୍ୱାଳ, ମ. ରାମପୁର ମଣ୍ଡଳ ସଭାପତି ଜାଜ୍ଞସେନ ପଣ୍ଡା , ମୋହନଗିରି ମଣ୍ଡଳ ପ୍ରଭାରୀ ଖୁସିରାମ ସାହୁ, ମଣ୍ଡଳ ପ୍ରତିନିଧି ସରୋଜ ବେହେରା, ବରିଷ୍ଟ ଆଇନଜୀବୀ ବିଜୟ ମହାଖୁଡ଼, ବିଜେପିର ବରିଷ୍ଠ କର୍ମୀ ସୁଦର୍ଶନ ପାଢ଼ୀ, ପୂର୍ବତନ ସରପଞ୍ଚ ଫକୀର ରଣା ପ୍ରମୁଖ ଯୋଗଦେଇ ଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ବିକ୍ରମ ପଧାନ, ଲୁକେଶ ରଣା, ଧର୍ମେନ୍ଦ୍ର ମୁଣ୍ଡଛିନା, କୁନି ପଧାନ, ବନମାଳୀ ସିଂ, ଚନ୍ଦ୍ରକାନ୍ତି ମିର୍ଧା, ସୁନୀଲ ଦାସ, ଦୁଲେଶ୍ୱର ସାହୁ, ଅମୀୟ ପୁଝାରି ପ୍ରମୁଖ ସହାର୍ଯ୍ୟ ସହଯୋଗ କରିଥିଲେ ।

nrusinghnath
Leave A Reply

Your email address will not be published.