om academy

ନଦୀରୁ ଯୁବକର ଗଳିତ ଶବ ଉଦ୍ଧାର

jsm

ଟିଟିଲାଗଡ, (ଗୌରବ ଦର୍ଜୀ) : ଟିଟିଲାଗଡ଼ ସହର ନିକଟସ୍ଥ ବିନେକେଲା ପଞ୍ଚାୟତ ଗୋଇଡ଼ାବରି ଦେଇ ଯାଇଥିବା ତେଲ ନଦୀ କୂଳରୁ ଏକ ଯୁବକର ଗଳିତ ଶବ ଭାସୁଥିବା ଅବସ୍ଥାରେ ଟିଟିଲାଗଡ଼ ପୋଲିସ ଉଦ୍ଧାର କରିଛିଫ । ତେବେ ମୃତକ ଜଣକ ଜିତୁ ରଣା, ପି. ରାଜେନ୍ଦ୍ର ରଣା ଗ୍ରାମ ମାଡିଗୁଡା, ଜିଲ୍ଲା-କଳାହାଣ୍ଡି ବୋଲି ଜଣା ପଡିଛି । ମୃତକଙ୍କ ସମ୍ପର୍କୀୟମାନେ ଜିତୁ ରଣାକୁ ହତ୍ୟା କରି ନଦୀରେ ଫିଙ୍ଗି ଦେଇ ଥିବା ଅଭିଯୋଗ କରିଛନ୍ତି ମୃତକଙ୍କ ସମ୍ପର୍କୀୟ । ଟିଟିଲାଗଡ଼ ପୋଲିସ ଗଳିତ ଶବକୁ ଜବତ କରି ତଦନ୍ତ ଆରମ୍ଭ କରିଛି । ଶଵ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ପୋଲିସ କହିଛି । ଅପରପକ୍ଷରେ ମୃତ ଜିତୁର ସାଙ୍ଗ ଜିତୁକୁ ଘରୁ ଡାକି ନେଇ ମଦପାନ କରି ମାରିଦେଇ ତେଲ ନଦୀରେ ଫିଙ୍ଗି ଦେଇଥିବା ଅଭିଯୋଗ କରିଛନ୍ତି ପରିଜନ । ସ୍ଥାନୀୟ ଗ୍ରାମବାସୀ ନଦୀରେ ଏକ ବସ୍ତା ଭାସୁଥିବା ବେଳେ କିଛି ଦୁର୍ଗନ୍ଧ ହେଉଥିବାରୁ ଟିଟିଲାଗଡ ପୋଲିସକୁ ଜଣାଇଥିଲେ । ଟିଟିଲାଗଡ ପୋଲିସ ଥାନା ଅଧିକାରୀ ରଞ୍ଜନ ବରିହାଙ୍କ ନେତୃତ୍ୱରେ ଏକ ଟିମ୍ ଉକ୍ତ ସ୍ଥାନକୁ ଯାଇ ଶବକୁ ଉଦ୍ଧାର କରିବା ସହ ପରିଚୟ ପାଇଥିଲେ । ତେବେ ଶବକୁ ଜବତ୍ କରି ଟିଟିଲାଗଡ ଡାକ୍ତରଖାନାକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ ।

Leave A Reply

Your email address will not be published.

16 − 4 =