oom

ରୁଗୁଡିପଡ଼ା ଦୁର୍ଗା ପୂଜା ପାଇଁ ପ୍ରସ୍ତୁତି ବୈଠକ, କର୍ମକର୍ତ୍ତା ମନୋନୀତ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆସନ୍ତା ଦୁର୍ଗାପୂଜା ପାଇଁ ରୁଗୁଡ଼ିପଡ଼ା ଦୁର୍ଗାପୂଜା ଟ୍ରଷ୍ଟ୍‌ ତରଫରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସଭା ପ୍ରାରମ୍ଭରୁ ଟ୍ରଷ୍ଟର ସଭାପତି ଲଳିତ ନାୟକଙ୍କ ଅତ୍ମାର ସଦଗତି ପାଇ ଦୁଇ ମିନିଟର ନିରବ ପ୍ରର୍ଥନା କରାଯାଇଥିଲା । ପରେ ପରେ ଚେତନାନନ୍ଦ ପଣ୍ଡାଙ୍କ ଅଧ୍ୟକ୍ଷତାରେ ସଭା ଅନୁଷ୍ଠିତ ହୋଇଥିଲା । ପ୍ରଥମେ ୨୦୨୦ ବର୍ଷର ଦୁର୍ଗପୁଜାର ଆୟବ୍ୟୟ ହିସାବ ପ୍ରଦାନ ପରେ ସର୍ବସମ୍ମତି କ୍ରମେ ଏହା ଗୃହୀତ ହୋଇଥିଲା । ତା’ ସହ ଦୁର୍ଗାପୂଜା କମିଟି ତରଫରୁ ୧୦ ଲକ୍ଷ ଟଙ୍କାର ଏକ ଫିକ୍ସ ଡିପୋଜିଟ୍‌ ସମସ୍ତଙ୍କ ସାମ୍ନାରେ ପ୍ରସ୍ତୁତ କରାଯାଇଥିଲା, ଯାହାକୁ ନେଇ ସଦସ୍ୟମାନେ ଖୁସି ପ୍ରକାଶ କରିଥିଲେ । ପରେ ପରେ, ଉକ୍ତ ବୈଠକରେ ଆଗାମୀ ୩ ବର୍ଷ ପାଇଁ ଦୂର୍ଗାପୂଜାପାଇଁ କର୍ମକର୍ତ୍ତା ଚୟନ କରାଯାଇଥିଲା । ତଦ୍‌ ଅନୁସାରେ କର୍ମକର୍ତ୍ତା ଭାବେ ଚେତନାନନ୍ଦ ପଣ୍ଡା ସଭାପତି, ସଞ୍ଜିବ କୁମାର ଶତପଥି ଓ ପ୍ରଦିପ କୁମାର ପଟ୍ଟନାୟକ ଉପସଭାପତି, ହରିନାରାୟଣ ପୁଜାରୀ ସମ୍ପାଦକ, ବିଜୟାନନ୍ଦ ବାଗ ଓ ଦେବବ୍ରତ ବଗର୍ତ୍ତୀ ସହ ସମ୍ପାଦକଭାବେ ମନୋନୀତ ହୋଇଥିବା ବେଳେ ଦେବାଶିଷ ମହାକୁରଙ୍କୁ କୋଷାଧ୍ୟକ୍ଷ ଦାୟିତ୍ୱ ପ୍ରଦାନ କରାଯାଇଛି । ସେହିପରି ଲକ୍ଷ୍ମୀ ମହାରଣା, ଅଶୋକ କୁମାର ମହାନ୍ତି, ଭାଗିରଥୀ ମହାକୁର, ପ୍ରଦ୍ୟୁମ୍ନ ପୁରୋହିତ, ସଂଜୟ କୁମାର ପୁଜାରୀ, ହିମାଂଶୁ ଶେଖର ପାଢ଼ି, ସୁମନ୍ତ କୁମାର ଭୋଇ, ଅରୁଣ କୁମାର ନାୟକ, ବିଷ୍ଣୁ ଦତ୍ତ ହୋତା, ନୟନ ମହାନ୍ତି, ଶିବାନନ୍ଦ ବାଗ, ଚନ୍ଦ୍ରଚୁଡ଼ ପଣ୍ଡା, ସୁଧିର ନନ୍ଦ, ପ୍ରଭାସ କୁମାର ପାଣୀଗ୍ରାହୀ, ଜୀବନ ବାଙ୍କ, ସନ୍ତୋଷ ପଣ୍ଡା, ତାପଶ ମହାନ୍ତି, ପଞ୍ଚଜନ୍ୟ ପଣ୍ଡା, ଅମିତ ମହାନ୍ତି, ଅଜୟ ରଥ କାର୍ଯ୍ୟକାରୀ କମିଟିରେ ସଦସ୍ୟ ଭାବେ ସାମିଲ କରାଯାଇଥିବା ବେଳେ ବିଶ୍ୱଜିତ ନାୟକଙ୍କୁ ଆର୍ଥିକ ଉପଦେଷ୍ଟା ରୂପେ ଚୟନ କରାଯାଇଛି । ଆସନ୍ତା ଦୁର୍ଗାପୂଜାକୁ ସରକାରୀ ନିର୍ଦ୍ଦେଶାବଳୀ ଅନୁସାରେ ପାଳନ କରିବା ନେଇ ନିଷ୍ପତ୍ତି ଗୃହୀତ ହୋଇଥିଲା । ଗୋପିନାଥ ଚନ୍ଦନ, କମ୍ବୁପାଣି ପୁଜାରୀ, ହୃଶିକେଶ ପଟ୍ଟନାୟ, ଶ୍ରୀକାନ୍ତ ରାଉତ, ଆନନ୍ଦ ସାହୁ, ଗୋପାଳ ବହିଦାର, ଅଜିତ ମହାରଣା, ରାଜେଶ ଘିବେଲା, ବିଶ୍ୱମୟ ପୁଜାରୀ, ମନୋଜ ଚିନ୍ଦା, ସ୍ୱାସ୍ତିକ ସାହୁ, ଡମରୁ ପଶାୟତ, ପଞ୍ଚାନନ ଗୌଡ, ରାହୁଲ, ପ୍ରଦିପ ନାଏକ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଉପସଭାପତ ସଞ୍ଜିବ ଶତପଥି ଧନ୍ୟବାଦ ଅର୍ପଣ ଦେଇଥିଲେ । ବୈଠକରେ ରୁଗୁଡି ପଡାର ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦାନ କରି ତାଙ୍କର ସୁଚୁନ୍ତିତ ମତ ପ୍ରଦାନ କରିଥିଲେ ।

jittmm
Leave A Reply

Your email address will not be published.