pakka

ଆର୍‌ଟିଓ ଅଫିସ ନିକଟସ୍ଥ ଶଶ୍ମାନ ଘାଟ ନିକଟରେ ସଡକ ଦୁର୍ଘଟଣା

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଟିଟିଲାଗଡ ରୋଡ୍‌ ସ୍ଥିତ ଆର୍‌ଟିଓ ଅଫିସ ନିକଟସ୍ଥ ଶଶ୍ମାନ ଘାଟ ନିକଟରେ ଏକ ସଡକ ଦୁର୍ଘଟଣା ଘଟିଥିବା ଖବର ମିଳିଛି । ସୂଚନା ଅନୁସାରେ ଆର୍‌ଟିଓ ଅଫିସ ନିକଟସ୍ଥ ଶଶ୍ମାନ ଘାଟ ନିକଟ ପୁଲିଆ ଉପରେ କିଛି ବୁଲା ଗାଇ ଗୋରୁ ଶୋଇଥିବା ସମୟରେ ବଲାଙ୍ଗିର ପଟୁ ଯାଉଥିବା ଏକ ବାଇକ ଚାଳକ ଧକ୍କା ଦେଇଥିଲା । ଫଳରେ ଘଣାସ୍ଥଳରେ ଏକ ଗାଇ ସହ ବାକଇ ଚାଳକ ଜଣକ ମଧ୍ୟ ଗୁରୁତର ଅବସ୍ଥାରେ ପଡିରହିଥିଲେ । ପରେ ଖବର ପାଇ ବାଇକ ଚାଳକଙ୍କୁ ବଲାଙ୍ଗିର ଭୀମ ଭୋଇ ମେଡିକାଲରେ ସ୍ଥାନୀୟ ଲୋକାମନେ ଭର୍ତ୍ତି କରିଥିବା ବେଳେ ଗାଇଟିକୁ ମଧ୍ୟ ଉଦ୍ଧାର କରାଯାଇ ଚିକିତ୍ସା କରାଯାଇଥିବା ଜଣାପଡିଛି । ଗୁରତର ବାଇକ ଆରୋହୀ ଜଣକ କୁଡାସିଂହା ଗ୍ରାମର ସୁମନ୍ତ ନନ୍ଦ (୨୬) ବୋଲି ଜଣାପଡିଛି ।

Leave A Reply

Your email address will not be published.

9 − five =