ମାଲପଡା ସ୍କୁଲ ନିକଟରେ ଅଟୋ ଧକ୍କାରେ ସ୍କୁଟି ଆରୋହୀ ଆହତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ମାଲପଡା ସ୍କୁଲ ନିକଟରେ ଏକ ଅଟୋ ଧକ୍କାରେ ଜଣେ ସ୍କୁଟି ଆରୋହୀ ଆହତ ହୋଇଥିବା ଖବର ମିଳିଛି । ଆହତ ସ୍କୁଟି ଆରୋହୀ ଜଣକ ହେଲେ ବଲାଙ୍ଗିର ସହରର ମଦନଗୁଡିଆ ବଗିଚା ନିକଟର ରୋଶନ ମାଝୀ । ସୂଚନା ଅନୁସାରେ ରୋଶନ ତାଙ୍କ ଏଭିଟର ସ୍କୁଟି ଓଡି ୦୩ ଏମ୍‌ ୦୭୫୮ ଯୋଗେ ଆସୁଥିବା ବେଳେ ମାଲପଡା ନିକଟରେ ଏକ ଅଟୋ ତାଙ୍କୁ ଧକ୍କା ଦେଇଥିଲା । ଫଳରେ ସେ ଆହତ ହୋଇଥିବା ବେଳେ ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିବା ଜଣାପଡିଛି ।

Leave A Reply

Your email address will not be published.