pakka

ଭି-ଗାର୍ଡ କମ୍ପାନୀ ପକ୍ଷରୁ ବନ୍ୟା ବିପନ୍ନଙ୍କୁ ରିଲିଫ ବଣ୍ଟନ

bbehera

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ବନ୍ୟାରେ କ୍ଷତିଗ୍ରସ୍ତ ଡେଲାଙ୍ଗ ବ୍ଲକ ଅନ୍ତର୍ଗତ କଲ୍ୟାଣପୁର ଗ୍ରାମ ପଞ୍ଚାୟତ ଅଧୀନସ୍ଥ ୧୧,୧୨,୧୩,୧୪ ନଂ ୱାର୍ଡରେ ରାଢୁଅ, ହରିପୁର, ନୁଆହାଟ କଲ୍ୟାଣପୁର ଓ ମୂନିନ୍ଦାର ଦଳିତ ବସ୍ତିର ବନ୍ୟା ବିପନ୍ନଙ୍କୁ ୫୦୦ ପ୍ୟାକେଟ ଶୁଖିଲା ଖାଦ୍ୟ ବିସ୍କୁଟ ତେଲ, ସାବୁନ, ଡିଟେଲ, ବ୍ଲିଚିଙ୍ଗ, ଲୁଗା, ଲୁଙ୍ଗି, ଗାମୁଛା ଆଦି ବଣ୍ଟନ ହୋଇଥିଲା । ଭି-ଗାର୍ଡ ଜମ୍ପାନୀ ଭୁବନେଶ୍ଵରର ମୁଖ୍ୟ ପରିଚାଳକ ସୁମନ୍ତ ପ୍ରଧାନ, ଅକ୍ଷୟ କୁମାର ସାଗର ଓ କମ୍ପାନୀର କର୍ମଚାରୀମାନେ ଉପସ୍ଥିତ ରହି ରିଲିଫ ବଣ୍ଟନ କରିଥିଲେ । କମ୍ପାନୀର ଏହି ମହାନ କାର୍ଯ୍ୟକୁ ସ୍ଥାନୀୟ ସରପଞ୍ଚ ଗୋବର୍ଦ୍ଧନ ସେଠି ଓ ସମିତି ସଭ୍ୟ ଟୁଟୁ ମଲ୍ଲିକ ପ୍ରଶଂସା କରିଥିଲେ ।

jay balangir
Leave A Reply

Your email address will not be published.

nineteen + 14 =