csstore

କଣ୍ଟାବାଞ୍ଜିରେ ଆରଟିଓ କ୍ୟାମ୍ପ ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହରରେ ଆରଟିଓ କ୍ୟାମ୍ପ ଦାବି କଲା ସ୍ଥାନୀୟ ଟ୍ରକ ମାଲିକ ସଂଘ ଏବଂ ଡ୍ରାଇଭର ୟୁନିୟନ । ଆଜି ଦୁଇ ସଂଘର ପଦାଧିକାରୀ ଏବଂ ସଦସ୍ୟ ମାନେ ଏକଜୁଟ ହୋଇ କଣ୍ଟାବାଞ୍ଜି ତହସିଲ ଅଫିସ ପହଂଚିଥିଲେ । ଅଫିସ ସମ୍ମୁଖରେ କିଛି ସମୟ ବିକ୍ଷୋଭ ପ୍ରଦର୍ଶନ ପରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟ ତହସିଲଦାରଙ୍କ ଅନୁପସ୍ଥିତରେ ବରିଷ୍ଠ କିରାଣୀଙ୍କୁ ଦାବିପତ୍ର ଦେଇଛନ୍ତି । ରାଜ୍ୟ ସରକାର ବଲାଙ୍ଗିର ଜିଲ୍ଲାର କଣ୍ଟାବାଞ୍ଜିରେ ଆରଟିଓ କ୍ୟାମ୍ପ କରିବାକୁ ଘୋଷଣା କରିଥିଲେ । ଏହି ଘୋଷଣା ପରେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ଦୁଇ ସଂଘ । ହେଲେ ବର୍ତମାନ ସୁଦ୍ଧା କଣ୍ଟାବାଞ୍ଜିରେ କ୍ୟାମ୍ପ ନହେବା ଯୋଗୁ କଣ୍ଟାବାଞ୍ଜି ତଥା ଆଖପାଖ ଅଞ୍ଚଳର ଗାଡି ମାଲିକ, ଚାଲାକ ଅନେକ ହଇରାଣ ହରକତ ହେବାକୁ ପଡୁଛି ସାମାନ୍ୟ କଥାରେ ବଲାଙ୍ଗିର ଆରଟିଓ ଅଫିସ ଦୌଡ଼ିଦୌଡି ଖର୍ଚ୍ଚାନ୍ତ ହେବାକୁ ପଡୁଛି, ତେଣୁ କଣ୍ଟାବାଞ୍ଜିରେ ଆରଟିଓ କ୍ୟାମ୍ପ ଶୀଘ୍ର କରାଯିବାକୁ ଦାବି ହେଇଛି ।

jayashree
Leave A Reply

Your email address will not be published.