pakka

ଜିଲ୍ଲାସ୍ତରୀୟ ରୋଲ ପ୍ଲେ ଓ ଲୋକ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ପୃଥ୍ୱୀରାଜ ଉଚ୍ଚ ବିଦ୍ୟାଳୟର କନ୍‌ଫରେନ୍ସ ହଲ୍‌ଠାରେ ଟିଇ ଓ ଏସ୍‌ସିଇଆର୍‌ଟି, ଭୁବନେଶ୍ୱରଙ୍କ ନିର୍ଦ୍ଦେଶରେ ତଥା ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ତରଫରୁ ଜିଲ୍ଲାସ୍ତରୀୟ ହାଇସ୍କୁଲ ଛାତ୍ରଛାତ୍ରୀଙ୍କୁ ନେଇ ରୋଲ ପ୍ଲେ ଓ ଲୋକ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ରୋଲ ପ୍ଲେ ପ୍ରତିଯୋଗିତାରେ ଜିଲ୍ଲାର ୧୧ଟି ଦଳ ଓ ଲୋକ ନୃତ୍ୟ ପ୍ରତିଯୋଗିତାରେ ୧୧ଟି ଦଳ ଯୋଗ ଦେଇଥିଲେ । ଉଦ୍‌ଘାଟନୀ ଉତ୍ସବରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସନ୍ତୋଷିନୀ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଅତିଥି ଭାବେ ଜିଲ୍ଲା ଶିକ୍ଷାଧିକାରୀ ଧୃବ ଚରଣ ବେହେରା, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ କେଶବ ଚରଣ ମେହେର, ଶିକ୍ଷାବିତ୍‌ ସନାତନ୍‌ ଠାକୁର ଯୋଗ ଦେଇଥିଲେ । ଜିଲ୍ଲ୍ଲା ବିଜ୍ଞାନ ତତ୍ତ୍ୱାବଧାରକ ସରୋଜ ନାୟକ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଶିକ୍ଷାବିତ୍‌ ସୁରେନ୍ଦ୍ର ତ୍ରିପାଠୀ, ବିଜ୍ଞାନ ସୋସାଇଟିର ନିର୍ଦ୍ଦେଶକ ପଦ୍ମଚରଣ ଆଚାର୍ଯ୍ୟ, ଚିତ୍ରଶିଳ୍ପୀ ଦିଲୀପ ସିଂଦେଓ ଓ ମୂରଲୀଧାରୀ ପତି ବିଚାରକ ଭାବେ ଯୋଗ ଦେଇଥିଲେ । ରୋଲ ପ୍ଲେରେ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ଅଏଁଲାଚୁଅାଁ ପ୍ରଥମ ସ୍ଥାନ, ପର୍ଶୁରାମ ଉଚ୍ଚ ବିଦ୍ୟାଳୟ, କୁଡାସିଂହା ଦ୍ୱିତୀୟ ଓ ନିଧୀସାଗର ବିଦ୍ୟାପୀଠ, ବୁବେଲ ତୃତୀୟ ସ୍ଥାନ ଅଧିକାର କରିଥିଲେ । ସେହିପରି ଲୋକ ନୃତ୍ୟ ପ୍ରତିଯୋଗିତାରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ବଲାଙ୍ଗିର ପ୍ରଥମ ସ୍ଥାନ, ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ଅଏଁଲାଚୁଅାଁ ଦ୍ୱିତୀୟ ଓ ପୃଥ୍ୱୀରାଜ ଉଚ୍ଚ ବିଦ୍ୟାଳୟ, ବଲାଙ୍ଗିର ତୃତୀୟ ସ୍ଥାନ ଅଧିକାର କରିଥିଲେ । ଉଭୟ ପ୍ରତିଯୋଗିତାରେ ପ୍ରଥମ ହୋଇଥିବା ଦଳ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ । ଜିଲ୍ଲା ଶିକ୍ଷା ଅଧିକାରୀ ଧୃବ ଚରଣ ବେହେରା ଉଭୟ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ଟ୍ରଫି ଓ ପ୍ରମାଣପତ୍ର ଦେଇ ପୁରସ୍କୃତ କରିଥିଲେ । କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ବିଜ୍ଞାନ ଶିକ୍ଷକ ରାମ ଗୋପାଲ ଖମାରୀ ଶର୍ମା ।

jay balangir
Leave A Reply

Your email address will not be published.

twelve − 11 =