jsm

ପଦ୍ମପୁର ଉପଜିଲ୍ଲାପାଳଙ୍କୁ ଭେଟିଲେ ଦଳିତ ଛାତ୍ରୀ ରେଣୁ ସୁନା

csstore

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ରାଜବୋଡାସମ୍ବର ବ୍ଲକ ଅନ୍ତର୍ଗତ ବାଦିମାଲ ଗାଁର ପଦ୍ମପୁର ମହିଳା ଡିଗ୍ରୀ ମହାବିଦ୍ୟାଳୟର ଦଳିତ ଛାତ୍ରୀ ରେଣୁ ସୁନା ପଢ଼ିବା ପାଇଁ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ଆଜି ପଦ୍ମପୁର ଉପଜିଲ୍ଲାପାଳଙ୍କୁ ଭେଟି ଲିଖିତ ଆକାରରେ ଜଣାଇବାରୁ ଉପଜିଲ୍ଲାପାଳ ତ୍ରୀଲୋଚନ ପାତ୍ର ସମସ୍ୟା ଉପରେ ଛାତ୍ରୀଙ୍କୁ ପଚାରି ବୁଝିଥିଲେ । ଏହି ବିଷୟରେ ସହକାରୀ ଜିଲ୍ଲା ମଙ୍ଗଳ ଅଧିକାରୀ ଦିଲ୍ଳୀପ ପ୍ରଧାନଙ୍କ ସହ ଉପଜିଲ୍ଲାପାଳ ଆଲୋଚନା କରିବା ସହ ଦରଖାସ୍ତ ଉପରେ ଲେଖି ମହିଳା ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷା ପାଖକୁ ପଠାଇଥିଲେ । ଛାତ୍ରୀଙ୍କ କହିବାନୁଯାୟୀ ୨୦୧୯ରେ +୩ ପ୍ରଥମ ବର୍ଷ ପଢ଼ିବା ପରେ ୨୦୨୦ ଦ୍ବିତୀୟ ବର୍ଷ ଆର୍ଥିକ ସମସ୍ୟା ହେବାରୁ ରି-ଏଡମିଶନ କରିପାରି ନ ଥିଲେ । ୨୦୨୧ବର୍ଷ +୩ ଦ୍ବିତୀୟ ବର୍ଷ ନାମ ଲେଖାଇବା ପାଇଁ ମଧ୍ୟ ସେହି ସମସ୍ୟା ହେବାରୁ ପଦ୍ମପୁର ଉପଜିଲ୍ଲାପାଳଙ୍କୁ ଭେଟି ଛାତ୍ରୀ ଜଣକ ନିଜର ଦୁଃଖ ଜଣାଇଛନ୍ତି । ଛାତ୍ରୀ ଜଣକର ଆହୁରି ଦୁଃଖର ବିଷୟ ହେଲା ଯେ, ନିଜର ବାପା ଅଣଦେଖା କରୁଥିବାରୁ ଛାତ୍ରୀ ରେଣୁ ମାମୁଁ ଘର ବୁଡାମାଲକୁ ଆସି ଅଜା ଆଈଙ୍କ ଘରେ ଆଶ୍ରୟ ନେଇଛନ୍ତି । ସେମାନେ ମଧ୍ୟ ଅତି ଦରିଦ୍ର ଥିବାରୁ ରେଣୁ ସୁନାକୁ ମାମୁଁ ପଢ଼ାଇବାକୁ ଅକ୍ଷମ ଅଟନ୍ତି । ପରିସ୍ଥିତିର ଭୟାବହ ଭିତରେ ମେଧାବୀ ଛାତ୍ରୀ ରେଣୁ ସୁନା ପାଠ ପଢାରୁ ବଞ୍ଚିତ ହେବାର ଆଶଙ୍କା ମଧ୍ୟ କରୁଛନ୍ତି । ପାଠ ବିନା ବଞ୍ଚିବା ଅସମ୍ଭବ ବୋଲି ଚିନ୍ତାରେ ଅଛନ୍ତି । ଆବଶ୍ୟକ ସ୍ଥଳେ ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବାକୁ ଚାହୁଁଛନ୍ତି ।

yuvodaya
Leave A Reply

Your email address will not be published.