ରେଙ୍ଗାଲିରେ ରାବଣ ଦରବାର ଚତୁର୍ଥ ଦିନରେ ସୀତା ଠାବ ଓ ଲଙ୍କା ପୋଡି ନାଟକ ମଞ୍ଚସ୍ଥ

  • ରମ୍ଭା, ମେନକା ଓ ଉର୍ବଶୀଙ୍କ ନୃତ୍ୟ ଦର୍ଶକଙ୍କ ମନମୋହିଲା

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ କୁଇକେଡ଼ା ପଞ୍ଚାୟତ ରେଙ୍ଗାଲିଠାରେ ଜୟଲକ୍ଷ୍ମୀ କ୍ଳବ ଆନୁକୂଲ୍ୟରେ ୨ ବର୍ଷ ଉପଲକ୍ଷେ ରାବଣ ଦରବାର ଆୟୋଜିତ ହୋଇଯାଇଛି । ଏହାର ଚତୁର୍ଥ ଦିନରେ ଦରବାରରେ ନାଟକ ସୀତା ଠାବ ଓ ଲଙ୍କା ପୋଡି ମଞ୍ଚସ୍ଥ ହୋଇଥିଲା । ଏହି ଉତ୍ସବରେ ମୁଖ୍ୟଅତିଥି ଭାବରେ ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀର ପୂର୍ଵତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥିଭାବେସଇଁତଲା ବ୍ଲକ ଉପାଧ୍ୟକ୍ଷ ଗୁଣସାଗର ମାଝୀ, ପ୍ରଗତିବାଦୀ ପ୍ରତିନିଧି ପ୍ରମୋଦ କୁମାର ସେଲମା, ସରପଞ୍ଚ ରାଜେନ୍ଦ୍ର ଯାନୀ, ରାଜ୍ୟ ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ସୁବ୍ରତ ବେହେରା, କମିଟିର ବରିଷ୍ଠ ସଦସ୍ୟ ପ୍ରମୋଦ ପଟେଲ ଓ ମହେନ୍ଦ୍ର ପଟେଲ ପ୍ରମୁଖ ଉପସ୍ଥିତ ରହି ଯୋଗଦାନ କରିଥିଲେ । ଏ ଅବସରରେ କମିଟି ତରଫରୁ ଅତିଥିମାନଙ୍କୁ ଉପଢ଼ୋକନ ଦେଇ ସମ୍ମାନିତ କରିଥିଲେ । ଏହି ଦରବାରରେ ରମ୍ଭା, ମେନକା ଓ ଉର୍ବଶୀଙ୍କ ନୃତ୍ୟରେ ମନମୋହିଲା ଦର୍ଶକଙ୍କର । ଉକ୍ତ ସଭାରେ କମିଟି ସଭାପତି ଶ୍ରୀକୃଷ୍ଣ ପଟେଲ ଅଧ୍ୟକ୍ଷତା କରିଥିବା ବେଳେ ଶିକ୍ଷକ କୌତୁକ ପଟେଲ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ଉତ୍ସବରେ ମିନାବଜାର ସାଙ୍ଗକୁ ବିଭିନ୍ନ ଦୋକାନ ବଜାର ଲାଗିଥିବାରୁ ଲୋକଙ୍କ ପ୍ରବଳ ଜନଗହଳି ଦେଖିବାକୁ ମିଳିଛି । ଏହି ଦରବାର ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ଆୟୋଜିତ କମିଟି ସୂତ୍ରରୁ ଜଣାପଡିଛି । କାର୍ଯ୍ୟକ୍ରମରେ ଗୋପୀନାଥ, ନିତାଇ, ରାଜକୁମାର, ଆକାଶ, ସର୍ଜନ, ବାଳକୃଷ୍ଣ, ଜଗତ, ଚନ୍ଦନ, ରଘୁନାଥ, ସ୍ୱାଗତ, ପିଣ୍ଟୁଙ୍କ ସମେତ କମିଟି ସଦସ୍ୟମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Leave A Reply

Your email address will not be published.