ବାରମ୍ବାର ମିଛ ମାମଲାରେ କେଶ କରୁଥିବା ବ୍ୟକ୍ତି ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବୀ ନେଇ ଏସ୍‌ପିଙ୍କ ଦ୍ୱାରସ୍ଥ ହେଲେ ରେଙ୍ଗାଲି ଗ୍ରାମବାସୀ

ବଲାଙ୍ଗିର (କେପିଏନ୍‌ଏସ୍‌) : ବାରମ୍ବାର ମିଛ ମାମଲାରେ କେଶ କରୁଥିବା ବ୍ୟକ୍ତି ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବୀ ନେଇ ଆଜି ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି ରେଙ୍ଗାଲି ଗାଁର ଗ୍ରାମବାସୀମାନେ । ଗ୍ରାମବାସୀ ଭକ୍ତବନ୍ଧୁ ସାହୁଙ୍କ ସୂଚନାନୁଯାୟୀ ଗତ ୧ ତାରିଖ ଦିନ ଜଣେ ୧୭ ବର୍ଷର ନାବାଳିକା ଝିଅ ଗାଧଇବା ସମୟରେ ଗାଁର ମୋହନ ବେହେରା ନାମକ ଜଣେ ଯୁବକ ଫଟୋ ଉଠାଇଥିଲା । ଏହି ଘଟଣାକୁ ନେଇ ଝିଅର ବାପା ଖବର ପାଇବା ପରେ ମୋହନ ବେହେରାଙ୍କ ନାମରେ କେଶ୍‌ କରିଥିବା ବେଳେ ଏହି ମାମଲା ଏବେ କୋର୍ଟରେ ବିଚାରାଧୀନ ରହିଛି । ତେବେ ଉକ୍ତ ମାମଲାକୁ ନେଇ ଅଭିଯୁକ୍ତର ପରିବାର ତାଙ୍କ ନାମରେ ତଥା ତାଙ୍କ ପୁଅଙ୍କ ନାମରେ ପାଲଟା ମିଥ୍ୟା କେଶ୍‌ କରିଥିଲେ । ଏପରିକି ମହିମୁଣ୍ଡା କଲେଜରେ ଅଧ୍ୟାପନା କରୁଥିବା ତାଙ୍କ ପୁଅ ଡ.ଜଗନ୍ନାଥ ସାହୁଙ୍କ ନାମରେ ମଧ୍ୟ ଅଭିଯୁକ୍ତର ପରିବାର ମିଥ୍ୟା ଅଭିଯୋଗ କରିଥିଲେ । ଅଭିଯୁକ୍ତର ପରିବାରର ପାଲଟା ମିଥ୍ୟା କେଶ୍‌ ପୋଲିସ ଆଗରେ ଧରାପଡ଼ିଥିବା ବେଳେ ସେମାନେ ଏହା ମିଥ୍ୟା ମାମଲା ବୋଲି ମଧ୍ୟ ସଦର ପୋଲିସ୍‌ ପାଖରେ ଲିଖିତ ଭାବରେ ସ୍ୱୀକାର କରିଥିଲେ । କିନ୍ତୁ ଏହା ପରେ ମଧ୍ୟ ପୁଣି ଅଭିଯୁକ୍ତର ପରିବାର ମୋ’ ନାମରେ ମିଥ୍ୟା ଅଭିଯୋଗ ଆଣି ମତେ ହଇରାଣ କରିବାକୁ ଚେଷ୍ଟା କରୁଥିବା ଶ୍ରୀ ସାହୁ ଜଣାଇଛନ୍ତି । ତେବେ ଏହିି ଘଟଣାକୁ ନେଇ ଶତାଧିକ ରେଙ୍ଗାଲି ଗ୍ରାମବାସୀ ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇ ଦୋଷୀ ବିରୁଦ୍ଧରେ ଉଚିତ୍‌ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ କରିଛନ୍ତି ।

Leave A Reply

Your email address will not be published.

two + 17 =