ତୈଳିକ ବୈଶ୍ୟ ସମାଜର ବୋଇତ ବନ୍ଦାଣ

ଛତ୍ରପୁର, (କେପିଏନ୍‌ଏସ୍‌) : ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁରଠାରେ ଓଡ଼ିଶାର ନୌବାଣିଜ୍ୟ ପରମ୍ପରା ଏବଂ ସାଧବ ପୁଅଙ୍କ ବୋଇତ ଯାତ୍ରାକୁ ସ୍ମରଣୀୟ କରିବା ଉଦ୍ଦେଶ୍ୟରେ ପବିତ୍ର କାର୍ତ୍ତିକ ପୂର୍ଣ୍ଣମା ଅବସରରେ ତୈଳିକ ବୈଶ୍ୟ ସମାଜ ପକ୍ଷରୁ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସମାଜ ପକ୍ଷରୁ ସୋଲରେ ଏକ ବୃହତ ବୋଇତ ନିର୍ମାଣ କରି ବୋଇତକୁ ବିଭିନ୍ନ ରଙ୍ଗ ବେରଙ୍ଗର ଫୁଲରେ ସୁସଜ୍ଜିତ କରାଯାଇଥିଲା । ପରେ ଚଣ୍ଡିଛକରେ ଥିବା ଛତ୍ରପୁରର ଆରାଧ୍ୟ ଦେବୀ ମା ରାମାୟଣୀମ୍ମା ଠାକୁରାଣୀ ନିକଟରେ ପୂଜାର୍ଚ୍ଚନା କରାଯାଇଥିଲା । ଏହି ଅବସରରେ ତୈଳିକ ବୈଶ୍ୟ ସମାଜର ମହିଳା, ପୁରୁଷ ସାମିଲ ହୋଇ ଏକ ଶୋଭାଯାତ୍ରରେ ବାହାରି ସହର ପରିକ୍ରମା କରି ପୁରୁଣା ଲାଇନସ୍ଥିତ ଗୌରୀ ଶଙ୍କର ମନ୍ଦିର ନିକଟରେ ପହଞ୍ଚି ଥିଲେ । ପରେ ବୋଇତ ବନ୍ଦାପନା କରି ଲାଇନ ବନ୍ଧରେ ଭସାଯାଇଥିଲା । ଏହି ଉତ୍ସବରେ ତୈଳିକ ବୈଶ୍ୟ ସମାଜ ସଭାପତି ରମେଶ ଚନ୍ଦ୍ର ସାହୁ, ଉପସଭାପତି ଅଶୋକ କୁମାର ସାହୁ, ସଂପାଦକ ସୁଧୀର କୁମାର ସାହୁ, ସହ-ସଂପାଦକ ସଦାନନ୍ଦ ସାହୁ, କୋଷାଧ୍ୟକ୍ଷ ବାବୁଲୀ ସାହୁ, ପୂର୍ବତନ ସଭାପତି ମାଧବ ଚନ୍ଦ୍ର ସାହୁ, ପ୍ରମୋଦ କୁମାର ସାହୁ ସମେତ ଅନ୍ୟାନ୍ୟ ବରିଷ୍ଠ ସଦସ୍ୟମାନେ ପରିଚାଳନାରେ ସହଯୋଗ କରିଥିଲେ । ଗତ ୨ ବର୍ଷ କରୋନା ଯୋଗୁ ସମସ୍ତ ପର୍ବପର୍ବାଣୀ ବନ୍ଦ ରହିଥିଲା ବେଳେ ଚଳିତବର୍ଷ ବହୁ ଧୁମ୍‌ଧାମ୍‌ରେ ଲୋକେ ପାଳନ କରୁଛନ୍ତି ।

Leave A Reply

Your email address will not be published.

fourteen + three =