ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ରାଜଧାନୀ ଏକ୍ସପ୍ରେସ୍ ଏବଂ ଭଦ୍ରକ ରେଳ ଷ୍ଟେସନ୍ ଯାଞ୍ଚ

  • ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ୍‌ରେ ଯାତ୍ରୀଙ୍କ ସୁବିଧା, ସୁରକ୍ଷା ବ୍ୟବସ୍ଥା ଏବଂ ପରିଷ୍କାର ପରିଚ୍ଛନ୍ନତା ସମୀକ୍ଷା କଲେ
  • ଭଦ୍ରକ ରେଳ ଷ୍ଟେସନରେ ମୌଳିକ ସୁବିଧା,କ୍ରିୟୁ ଲବି ଏବଂ ୟାର୍ଡ ପରିଚାଳନା ଦକ୍ଷତା ଯାଞ୍ଚ କଲେ

ନୂଆଦିଲ୍ଲୀ, (ପିଆଇବି) : ପୂର୍ବତଟ ରେଳପଥର ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ ଆଜି ଟ୍ରେନ୍ ନଂ. ୨୨୮୨୩ ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସରେ ଅନ-ବୋର୍ଡ ଯାଞ୍ଚ କଲେ । ସମସ୍ତ ଯାତ୍ରୀଙ୍କ ପାଇଁ ଏକ ଆରାମଦାୟକ ଏବଂ ସୁଗମ ଯାତ୍ରା ଅଭିଜ୍ଞତା ସୁନିଶ୍ଚିତ କରିବା ଲକ୍ଷ୍ୟରେ ଯାତ୍ରୀଙ୍କ ସୁବିଧା, ପରିଷ୍କାର ପରିଚ୍ଛନ୍ନତା, ସୁରକ୍ଷା ବ୍ୟବସ୍ଥା ଏବଂ ସେବା ଗୁଣବତ୍ତା ଉପରେ ତାଙ୍କର ଯାଞ୍ଚ କେନ୍ଦ୍ରିତ ଥିଲା । ଏଥିସହିତ ମହାପ୍ରବନ୍ଧକ ଭଦ୍ରକ ରେଳ ଷ୍ଟେସନ୍ ନିରୀକ୍ଷଣ କରିଥିଲେ, ଯାତ୍ରୀଙ୍କ ସୁବିଧା, କ୍ରିୟୁ ଲବି ଏବଂ ଷ୍ଟେସନ୍ ୟାର୍ଡର ସମୀକ୍ଷା କରିଥିଲେ । ସେ ସ୍ୱଚ୍ଛତାର ଉଚ୍ଚ ମାନଦଣ୍ଡ ବଜାୟ ରଖିବା, ସୁରକ୍ଷା ପ୍ରୋଟୋକଲ୍ ଲାଗୁ କରିବା ଏବଂ ଷ୍ଟେସନ୍ ପରିଚାଳନାର ସାମଗ୍ରିକ ଦକ୍ଷତା ବୃଦ୍ଧି କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ତାଙ୍କର ଗସ୍ତ କର୍ମଚାରୀ ଏବଂ ପର୍ଯ୍ୟବେକ୍ଷକଙ୍କ ମନୋବଳକୁ ବୃଦ୍ଧି କରିବାରେ ସାହାଯ୍ୟ କରିବ । ଶ୍ରୀ ଫୁଙ୍କୱାଲ ଅଧିକାରୀମାନଙ୍କୁ ସମଗ୍ର ଜୋନରେ ନିରାପଦ, ପରିଷ୍କାର ପରିଚ୍ଛନ୍ନତା ଏବଂ ଯାତ୍ରୀ-ଅନୁକୂଳ ସେବା ପ୍ରଦାନ କରିବା ପାଇଁ ସମର୍ପିତ ରହିବାକୁ ଉତ୍ସାହିତ କରିଥିଲେ ।

jittmm
Leave A Reply

Your email address will not be published.