ସେବା ନିବୃତ ହେଲା କୋଷ୍ଟଗାର୍ଡ ଜାହାଜ ରେଜିଆ ସୁଲତାନା

ପାରାଦୀପ, (ଶୁଭ୍ରାଂଶୁ ଶେଖର ପୃଷ୍ଟି) : ଭାରତୀୟ କୋଷ୍ଟଗାର୍ଡ ଜାହାଜ ରେଜିଆ ସୁଲତାନା ଦୀର୍ଘ ୨୧ ବର୍ଷ ଧରି ଦେଶ ସେବା କରିବା ପରେ ସେବାରୁ ଅବସର ଦିଆଯାଇଛି । ଏହି ପରିପ୍ରେକ୍ଷୀରେ ଅବସରକାଳୀନ ସମାରୋହ ପାରାଦୀପର କୋଷ୍ଟଗାର୍ଡ ବର୍ଥରେ ଆୟୋଜିତ କରାଯାଇଥିଲା । ଏହି କାର୍ୟ୍ୟକ୍ରମରେ ପୌରହିତ୍ୟ କରିଥିଲେ ଓଡିଶାର କୋଷ୍ଟଗାର୍ଡ କମାଣ୍ଡିଙ୍ଗ ଅଫିସର ତଥା ଡିଆଇଜି ଏସ.ଡି. ଭାନୋଟ । ଏହି ଫାଷ୍ଟ ପେଟ୍ରୋଲ୍‌ ଭେସେଲ ଗୋଆର ସିପ୍‌ ୟାଡ୍‌ରେ ନିର୍ମାଣ ହୋଇଥିଲା । ଭାରତୀୟ ତଟ ସମେତ ବିଦେଶରେ ମଧ୍ୟ କୋଷ୍ଟଗାର୍ଡ ଜାହାଜ ରେଜିଆ ସୁଲତାନା ତାର ପାରଦର୍ଶିତା ପ୍ରଦର୍ଶନ କରିଛି । ଗତ ମଙ୍ଗଳବାର ସଂଧ୍ୟାରେ ଏହି ଜାହାଜରୁ କୋଷ୍ଟଗାର୍ଡ ପତାକା ଓ ଭାରତୀୟ ପତାକା ଅବତରଣ କରାଯାଇଥିଲା । ଜାହାଜର କମାଣ୍ଡାଣ୍ଟ ବିଶାଲ ଶର୍ମା ଜାହାଜର ଅବସର ଘୋଷଣା ସଂପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ । ଏହା ପରେ ଜାହାଜର ଇଂଜିନ୍‌କୁ ସବୁ ଦିନ ପାଇଁ ବନ୍ଦ କରାଯାଇଥିଲା । ଏହି କାର୍ୟ୍ୟକ୍ରମରେ କୋଷ୍ଟଗାର୍ଡର ଉଚ୍ଚପଦସ୍ଥ ଅଧିକାରୀ ମାନଙ୍କ ସମେତ କର୍ମଚାରୀମାନେ ଯୋଗ ଦେଇଥିଲେ ।

Leave A Reply

Your email address will not be published.

ten + twenty =