ବଲାଙ୍ଗିର ଜିଲ୍ଲାରୁ ଆଜି ୮୯ ଆକ୍ରାନ୍ତ, ୮୭ ସୁସ୍ଥ ଓ ୨ମୃତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଜିଲ୍ଲାରୁ ସମୁଦାୟ ୮୯ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୮୭ଜଣ ସୁସ୍ଥ ଓ ୨ଜଣ ପ୍ରାଣ ହରାଇଥିବା ସରକାରୀ ସୂତ୍ରରୁ ଜଣା ପଡିଛି । ସେହିପରି ଖପ୍ରାଖୌଲ ବ୍ଲକରେ ଲଗାତାର ଦୁଇ ଦିନ ସଂକ୍ରମଣ ୨୫ ଓ ୨୮ ରହିଥିବା ବେଳେ ସଂକ୍ରମଣ ସ୍ଥିତି ଗମ୍ଭୀର ରହିଛି । ଆଜି ମିଳିଥିବା ସରକାରୀ ରିପୋର୍ଟ ଅନୁସାରେ ଆଗଲପୁର ବ୍ଲକରୁ ୪ଜଣ, ବଲାଙ୍ଗିର ଗ୍ରମାଞ୍ଚଳରୁ ୨ଜଣ, ବଲାଙ୍ଗିର ପୌରାଞ୍ଚଳରୁ ୧୪ଜଣ, ବଙ୍ଗୋମୁଣ୍ଡା ବ୍ଲକରୁ ଜଣେ, ବେଲପଡା ବ୍ଲକରୁ ୧୦ଜଣ, ଦେଓଗାଁ ବ୍ଲକରୁ ୪ଜଣ, ଗୁଡଭେଲା ବ୍ଲକରୁ ୪ଜଣ, ଖପ୍ରାଖୋଲ ବ୍ଲକରୁ ୨୮ଜଣ, ଲୋଇସିଂହା ବ୍ଲକରୁ ୨ଜଣ, ମୁରିବାହାଲ ବ୍ଲକରୁ ୨ଜଣ, ପଟଣାଗଡ ଗ୍ରାମାଞ୍ଚଳରୁ ଜଣେ, ପଟଣାଗଡ ଗ୍ରାମାଞ୍ଚଳରୁ ଜଣେ, ପୁଇଁନ୍ତଳା ବ୍ଲକରୁ ୩ଜଣ, ସଇଁନ୍ତଲା ବ୍ଲକରୁ ୫ଜଣ, ଟିଟିଲାଗଡ ଗ୍ରମାଞ୍ଚଳରୁ ଜଣେ , ଟିଟିଲାଗଡ ସହରାଞ୍ଚଳରୁ ଜଣେ, ତୁରେକେଲା ବ୍ଲକରୁ ୫ଜଣ ଓ ତୁଷୁରା ବ୍ଲକରୁ ଜଣେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆଜି ସୁଦ୍ଧା ଜିଲ୍ଲାରେ ସମୁଦାୟ ୨୧୭୮୦ ଜଣ ସଂକ୍ରମିତଙ୍କ ମଧ୍ୟରୁ ୨୦୬୯୧ଜଣ ସ୍ୱସ୍ଥ ହୋଇଥିବା ବେଳେ ୧୦୨୬ ଜଣ ସକ୍ରିୟ ଓ ୬୩ ଜଣ ମୃତ୍ୟୁବରଣ କରିଥିବା ସରକାରୀ ସୂଚନା ରହିଛି ।

Leave A Reply

Your email address will not be published.

3 × five =