jayashree

ମାୟାବର୍ହା ହାଇସ୍କୁଲରେ ବିଶ୍ଵ ରେଡକ୍ରସ ଦିବସ ପାଳିତ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ମାୟାବର୍ହା ଠାରେ ପ୍ରଧାନ ଶିକ୍ଷକ ଦୀନବନ୍ଧୁ ପ୍ରଧାନଙ୍କ ସଭାପତିତ୍ୱରେ ରେଡକ୍ରସ ପ୍ରତିଷ୍ଠାତା ହେନେରୀ ଡୁନାଣ୍ଟଙ୍କ ଜନ୍ମଦିନ ଅବସରରେ ବିଶ୍ଵ ରେଡକ୍ରସ ଦିବସ ପାଳିତ ହୋଇଯାଇଛି । ସମସ୍ତ ଅତିଥି ସହ ଜୁନିଅରମ।ନେ ପ୍ରଥମେ ହେନେରୀ ଡୁନାଣ୍ଟଙ୍କ ପ୍ରତିମୂର୍ତ୍ତିରେ ଫୁଲମାଳ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ବିଦ୍ୟାଳୟର ଆଲୁମିନି ତଥା ତ।ଳମୁଣ୍ଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ସୁନିଲ କୁମାର ପ୍ରଧାନ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରି ରେଡକ୍ରସ ସଂସ୍ଥାର ଭୂୟସୀ ପ୍ରଶଂସା କରିଥିଲେ । ଅନ୍ୟତମ ଅତିଥି ଭାବରେ ଖେଳ ଶିକ୍ଷକ ଚିନ୍ମୟ ଦାସ, ଶିକ୍ଷକ କିରଣ କୁମାର ପୁଟେଲ୍ ମଞ୍ଚାସିନ ହୋଇ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇଥିଲେ । ଏହି ଅବସରରେ ଜୁନିଅର୍ ରେଡକ୍ରସ କାଉନସେଲର ରାଜୁ ମେହେର ସଭା ସଂଯୋଜନା କରିବା ସହ ଦିବସର ଉଦ୍ଦ୍ୟେଶ୍ୟ ଜ୍ଞାପନ କରିଥିଲେ । ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଡଲି ସାହୁ, ପାୟଲ ବିଶ୍ଵକର୍ମା ନିଜ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ । ଛାତ୍ରୀ ରୋଜି ମେହେର ଧନ୍ୟବାଦ ପ୍ରଦାନ କରିଥିବା ବେଳେ ବିଭୀଷଣ ଖମାରୀ, ସମୀର କଠାର, ସୂରଜ ଖମାରୀ ସହଯୋଗ କରିଥିଲେ ।

Leave A Reply

Your email address will not be published.