oom

ପୂର୍ବତନ ବିଧାୟକଙ୍କ ଦ୍ଵାରା ରଥଯାତ୍ରା ପାଇଁ ୨୧ଟି ଜଗନ୍ନାଥ ମନ୍ଦିରକୁ ପାଟବସ୍ତ୍ର ପ୍ରଦାନ

jsmm

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜିର ପୂର୍ବତନ ବିଧାୟକ ତଥା ଓଡିଶା ପ୍ରଦେଶ କଂଗ୍ରେସ କମିଟିର ଉପସଭାପତି ସନ୍ତୋଷ ସିଂ ସାଲୁଜା (କୁକୁସିଂ) ରବିବାର ମୁରିବାହାଲ ବ୍ଲକର ୨୧ଟି ଜଗନ୍ନାଥ ମନ୍ଦିରକୁ ଯାଇ ରଥଯାତ୍ରା ପାଇଁ ମହାପ୍ରଭୁଙ୍କ ନିମନ୍ତେ ପାଟବସ୍ତ୍ର ପ୍ରଦାନ କରିଛନ୍ତି । ଏହି ଅବସରରେ ଶ୍ରୀ ସାଲୁଜାଙ୍କ ସହିତ ଯଦୁପତି ଅଗସ୍ତି, ବୁଲୁ ବିଶି, ବିଜୟ ପାତ୍ର, ବୁଲୁ କୁମ୍ଭାର, ବେଣୁ ପସାୟତ, ଯୁଧାମନ ନାଗ, କମଳ ବୁଡେକ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରକାଶ ଥାଉକି ଚଳିତ ବର୍ଷ ଭଳି ପୂର୍ବବର୍ଷ ଗୁଡିକରେ ମଧ୍ୟ ଶ୍ରୀ ସାଲୁଜା ରଥଯାତ୍ରା ସମୟରେ ମୁରିବାହାଲ ବ୍ଲକ ସମେତ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ସମସ୍ତ ଜଗନ୍ନାଥ ମନ୍ଦିରକୁ ନିଜେ ଯାଇ ପାଟବସ୍ତ୍ର ପ୍ରଦାନ କରିଥାନ୍ତି । ଜଗତର ନାଥ ପ୍ରଭୁ ଜଗନ୍ନାଥ ଯେତେ ଦିନ ପର୍ଯ୍ୟନ୍ତ ଶକ୍ତି ଦେଇଥିବେ ପ୍ରଭୁଙ୍କର ସେବା ଜାରି ରଖିବେ ବୋଲି ଶ୍ରୀ ସାଲୁଜା ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ।

jittmm
Leave A Reply

Your email address will not be published.