ରାଷ୍ଟ୍ରୀୟ ଏକତା ଦିବସ ପାଳିତ

ଜୁନାଗଡ, (ଦୁଷ୍ମନ୍ତ କୁମାର ନାଏକ) : ଜୁନାଗଡ ବ୍ଲକ୍ ଅନ୍ତର୍ଗତ କରଚଲା ଗାନ୍ଧୀ ଶତ ବାର୍ଷିକୀ ଉଚ୍ଚ ବିଦ୍ୟାଳୟରେ ଆଜି ରାଷ୍ଟ୍ରୀୟ ଏକତା ଦିବସ ବା ସର୍ଦ୍ଧାର ବଲ୍ଲଭ ଭାଇ ପଟେଲଂକ ଜୟନ୍ତୀ ପାଳିତ ହୋଇ ଯାଇଅଛି । ଏହି ଅବସରରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଡକ୍ଟର ଦୀନକୃଷ୍ଣ ଯୋଶୀ ଲୌହ ମାନବ ସର୍ଦ୍ଧାର ବଲ୍ଲଭ ଭାଇ ପଟେଲଂକ ଅବଦାନ ଭାରତ ପାଇଁ ଅତି ଗୁରୁତ୍ତ୍ୱପୂର୍ଣ୍ଣ ବୋଲି ତାଙ୍କ ଅଭିଭାଷଣରେ ମନ୍ତବ୍ୟ ପ୍ରଦାନ କରିଥିଲେ । ଲୌହ ମାନବ ସର୍ଦ୍ଧାର ବଲ୍ଲଭ ଭାଇ ପଟେଲଂକ ଫଟୋରେ ଉପସ୍ଥିତ ସମସ୍ତ ଶିକ୍ଷକମାନେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ବିଦ୍ୟାଳୟ କମିଟିର ଚେୟାରମେନ ଦୁଷ୍ମନ୍ତ କୁମାର ନାଏକ ମଧ୍ୟ ଉପସ୍ଥିତ ଥିଲେ । ଶିକ୍ଷକ ଶ୍ରୀକାନ୍ତ ସିଂ, ଚନ୍ଦ୍ରକାନ୍ତ ମାଝୀ, ସଞ୍ଜୀବ ନାଏକ, ଭୋଦେବ ନାଗ, ସତ୍ୟ ଚଲାନ ଅଂଶ ଗ୍ରହଣ କରି ବକ୍ତବ୍ୟ ପ୍ରଦାନ କରିଥିଲେ ।

Leave A Reply

Your email address will not be published.

eleven − 9 =