centurian jitm

ଗଜବାହାଲରେ ଧାନମଣ୍ଡି ଖୋଲିବା ଦାବୀରେ ରାସ୍ତାରୋକ

nschool

କଳାହାଣ୍ଡି, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକର ଗଜବାହାଲ ପଂଚାୟତରେ ଖରିଫ ଧାନମଣ୍ଡି ଖୋଲିବା ଦାବୀରେ ରିଷିଡା ମ.ରାମପୁର-ବଲାଙ୍ଗିର ରାସ୍ତାର ଗଜବାହାଲ ଛକ ଠାରେ ଚାଷୀମାନେ ରାସ୍ତାରୋକ କରିଥିବା ଜଣାପଡିଛି । ଫଳରେ ଭବାନୀପାଟଣା-ବଲାଙ୍ଗିରକୁ କୌଣସି ଯାନବାହାନ ଯାଇନପାରି ଅଟକି ରହିଥିବା ଜଣାପଡିଛି । ଧାରଣାସ୍ଥଳରେ ବ୍ଲକ ଅଧ୍ୟକ୍ଷା କୁନି ସାହୁ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ପବିତ୍ର ଭୋଇ, ପୂର୍ବତନ ସରପଞ୍ଚ ଭୀମସେନ ସାହୁ, ପ୍ରଫୁଲ ସାହୁ, ଅଶ୍ୱିନୀ ବେହେରା, ନୃପମଣି ଗହୀର, ସୁବଳ ପଧାନ, ରଶ୍ମିରଂଜନ ମିଶ୍ର, ଜ୍ୟୋତିରଞ୍ଜନ ପଧାନ, ଅଖିଳ ମିଶ୍ର, ମୋତିରାମ ସାହୁ, ଦାମୋଦର ପଧାନ, ପୂର୍ବତନ ସମିତି ସଭ୍ୟ ବୀଣାପାଣି ସା, ଆମ୍‌ ଆଦମୀ ପାଟି ନେତା ଦଶରଥ ସାହୁଙ୍କ ନେତୃତ୍ୱରେ ବହୁ ପୁରୁଷ ଓ ମହିଳା ଚାଷୀମାନେ ରାସ୍ତା ଉପରେ ବସି ଧାରଣା ଦେଇଛନ୍ତି । ତହସିଲଦାର ମିଳନ କୁମାର ଝାଙ୍କର ଧାରଣା ସ୍ଥଳରେ ପହଂଚି ଚାଷୀମାନଙ୍କୁ ବୁଝାସୁଝା କଲେ ମଧ୍ୟ ସେମାନେ ମଣ୍ଡି ଦାବୀରେ ଅଟଳ ରହିଥିବା ଜଣାପଡିଛି । ରିଷିଡା ଫାଣ୍ଡି ଅଧିକାରୀ କ୍ଷୀରସିନ୍ଧୁ ମାଝୀଙ୍କ ନେତୃତ୍ୱରେ ପୋଲିସ ଟିମ୍‌ ମୁତୟନ ଥିବା ଜଣାପଡିଛି ।

Leave A Reply

Your email address will not be published.

error: Content is protected !!