ରାସ୍ତାରେ ଜଳିଗଲା କୁକୁଡା ବୋଝେଇ ଟାଟା ଏସି ଗାଡି

କାମାକ୍ଷାନଗର : ରାସ୍ତାରେ ଜଳିଗଲା କୁକୁଡା ବୋଝେଇ ଟାଟା ଏସି ଗାଡି । ଅଳ୍ପକେ ବର୍ତ୍ତିଗଲେ ଚାଳକ ଓ ବୋଝେଇ ହୋଇଥିବା କୁକୁଡା । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ସୂଚନା ଅନୁଯାୟୀ, ଶନିବାର ବିଳମ୍ବିତ ରାତିରେ କାମାକ୍ଷାନଗରରୁ ଗାଡିଟି କୁକୁଡା ବୋଝେଇ କରି ଢେଙ୍କାନାଳ ଅଭିମୁଖେ ଯାଉଥିଲା । ପଣ୍ଡୁଆ ଛକ ନିକଟରେ ଗାଡିର ଇଞ୍ଜିନରୁ ହଠାତ ନିଆଁ ବାହାରି ଗାଡିଟି ହୁତୁହୁତୁ ହୋଇ ଜଳିବାରେ ଲାଗିଥିଲା । ଚାଳକ ଜଣକ ବୁଦ୍ଧି ଖଟାଇ ନିଜେ ସୁରକ୍ଷିତ ବାହାଯିବା ସହ କୁକୁଡା ଗୁଡିକୁ ବାହାର କରିଦେଇଥିଲେ । ଯାହାଫଳରେ ସମସ୍ତେ ସୁରକ୍ଷିତ ଅଛନ୍ତି । ଖବର ପାଇ ଘଟଣାସ୍ଥଳରେ କାମାକ୍ଷାନଗର ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିଲେ । ନିଆଁକୁ ଆୟତ କଲାବେଳକୁ ଗାଡିଟି ସମ୍ପୂର୍ଣ ପୋଡିଯାଇଛି ।

Leave A Reply

Your email address will not be published.

4 + 14 =