csstore

ଛତ୍ରପୁରର ପୁତିଗୋପାଳପୁରଠାରେ ମା’ ମହାମାୟୀ ଯାତ୍ରା ଉଦ୍‌ଯାପିତ

  • କୋହହ୍ଲା ନୃତ୍ୟରେ ଆର୍. ସତ୍ୟମ ରେଡ୍ଡୀଙ୍କ ଗୋଷ୍ଠୀଗତ ଯୋଗଦାନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର ଅଗ୍ରଣୀ ଭକ୍ତିବାଦର ସଂଗଠନ ଶ୍ରୀ ଶ୍ରୀ ଲକ୍ଷ୍ମୀନୃସିଂହ କାମିନୀ ଦାସୁଡୁ ସତ୍ୟମ ସେବା ନୃତ୍ୟ କଳା କେନ୍ଦ୍ର (ଭାଗବତଗାଦି) ପକ୍ଷରୁ ମା’ ମହାମାୟୀଙ୍କ ଯାତ୍ରାରେ ଆର୍.ସତ୍ୟମ ରେଡ୍ଡୀ ଯୋଗଦାନ କରିଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ, ଛତ୍ରପୁର ସହର ପୁତିଗୋପାଳପୁର ଅଞ୍ଚଳରେ ମା’ ମହାମାୟୀଙ୍କ ଏକ ବର୍ଷ ଧରି ପୂଜା ଆସର ଚାଲିଥିବା ବେଳେ ବର୍ଷର ଶେଷ ଦିବସ ଅବସରରେ ବର୍ଣ୍ଣାଢ଼୍ୟ ସମାରୋହରେ ଉଦ୍‌ଯାପନୀ ସମ୍ଭାରର ଦାସୁଡୁ ଗୁରୁ ଆର୍.ସତ୍ୟମ ରେଡ୍ଡୀଙ୍କ ନେତ୍ତୃତ୍ୱରେ ପାଳିତ ହୋଇଥିଲା । ଦାସୁଡୁ ଗୁରୁ ଆର୍.ସତ୍ୟମ ରେଡ୍ଡୀଙ୍କ ଗୋଷ୍ଠୀଗତ ଅଂଶଗ୍ରହଣ କରି କୋହହ୍ଲା ଜାଳି ନୃତ୍ୟ କରିଥିଲେ । ଏହି ପବିତ୍ର କାର୍ଯ୍ୟରେ ଗିନି, ଝାଞ୍ଜ, ବଜାଇ ତଥା ହରିନାମ ସଂକୀର୍ତ୍ତନ ଗାଇବା ସାଂଗକୁ ସେବାଦଳ ନୃତ୍ୟ କରି ଶ୍ରୀ ଶ୍ରୀ ଲକ୍ଷ୍ମୀନୃସିଂହ ସେବାରେ ଆତ୍ମ ଉତ୍ସର୍ଗ କରିଥିଲେ । ଉକ୍ତ ଭକ୍ତ ଗୋଷ୍ଠୀ ଜନ ସମାଜର କଲ୍ୟାଣର୍ଥେ ଶ୍ରୀ ଶ୍ରୀ ଲକ୍ଷ୍ମୀନୃସିଂହ କାମିନୀ ଭବ୍ୟ-ଠାକୁରଙ୍କ ପୂଜା, ଆରାଧନା ଓ ସଂକୀର୍ତ୍ତନର ଶୋଭାଯାତ୍ରା କରି ସମଗ୍ର ଦକ୍ଷିଣ ଓଡ଼ିଶାରେ ଭକ୍ତିବାଦର ପ୍ରଥାକୁ ପ୍ରଚାର ପ୍ରସାର ଜାରୀ ରଖିଛନ୍ତି ।

jayashree
Leave A Reply

Your email address will not be published.