oom

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଫୋନ୍ରେ କଥା ହେଲେ ଇରାନ ରାଷ୍ଟ୍ରପତି

jsmm

ନୂଆଦିଲ୍ଲୀ, (ପିଆଇବି) : ବର୍ତ୍ତମାନର ପରିସ୍ଥିତି ବିଷୟରେ ଭାରତର ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଲେ ଇରାନ ରାଷ୍ଟ୍ରପତି ପେଜେଶକିୟାନ୍ପରିସ୍ଥିତିକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀ ଗଭୀର ଚିନ୍ତା ପ୍ରକାଶ କରିଥିଲେ ଏବଂ ଉତ୍ତେଜନା ହ୍ରାସ, ଆଲୋଚନା ଓ କୂଟନୀତି ଏବଂ ଶାନ୍ତି, ସୁରକ୍ଷା ଓ ସ୍ଥିରତା ବଜାୟ ରଖିବାକୁ ପାଇଁ ଆହ୍ୱାନକୁ ଦୋହରାଇଥିଲେ । ଭାରତୀୟଙ୍କ ପ୍ରତ୍ୟାବର୍ତ୍ତନ ନିମନ୍ତେ ସମର୍ଥନ ପାଇଁ ରାଷ୍ଟ୍ରପତି ପେଜେଶକିୟାନଙ୍କୁ ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗକୁ ସୁଦୃଢ଼ କରିବା ପାଇଁ ପଦକ୍ଷେପ ବିଷୟରେ ଦୁଇ ନେତା ଆଲୋଚନା କଲେ । ଇରାନର ମହାମହିମ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଟେଲିଫୋନରେ ଆଲୋଚନା କରିଛନ୍ତି । ରାଷ୍ଟ୍ରପତି ପେଜେସ୍କିଆନ ଏହି ଅଂଚଳର ବର୍ତ୍ତମାନର ପରିସ୍ଥିତି, ବିଶେଷକରି ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ସଂଘର୍ଷ ଉପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ବିସ୍ତୃତ ଭାବରେ ଅବଗତ କରାଇଥିଲେ ଏବଂ ତାଙ୍କର ଦୃଷ୍ଟିକୋଣ ଜଣାଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବର୍ତ୍ତମାନର ଏହି ଉତ୍ତେଜନା ବୃଦ୍ଧି ଉପରେ ଭାରତର ଗଭୀର ଚିନ୍ତା ପ୍ରକାଶ କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତ ଶାନ୍ତି ଏବଂ ମାନବତା ପାଇଁ ଠିଆ ହୋଇଛି । ଏହି ପରିପ୍ରେକ୍ଷୀରେ, ପ୍ରଧାନମନ୍ତ୍ରୀ ତୁରନ୍ତ ଉତ୍ତେଜନା ହ୍ରାସ କରିବା ପାଇଁ ଆଲୋଚନା ଏବଂ କୂଟନୀତିର ରାସ୍ତା ଗ୍ରହଣ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ସେ ଆଞ୍ଚଳିକ ଶାନ୍ତି, ସୁରକ୍ଷା ଏବଂ ସ୍ଥିରତା ଶୀଘ୍ର ପୁନଃସ୍ଥାପନ ପାଇଁ ଭାରତର ସମର୍ଥନକୁ ପୁନର୍ବାର ଦୋହରାଇଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ଭାରତୀୟ ସମ୍ପ୍ରଦାୟର ନିରାପଦ ପ୍ରତ୍ୟାବର୍ତ୍ତନ ନିମନ୍ତେ ରାଷ୍ଟ୍ରପତି ପେଜେସ୍କିଆନଙ୍କ ନିରନ୍ତର ସମର୍ଥନ ପାଇଁ ଧନ୍ୟବାଦ ଜଣାଇଥିଲେ । ଦୁଇ ନେତା ବାଣିଜ୍ୟ ଏବଂ ଅର୍ଥନୈତିକ ସହଯୋଗ, ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ଏବଂ ଦୁଇ ଦେଶର ଲୋକମାନଙ୍କ ମଧ୍ୟରେ ସମ୍ପର୍କ ସମେତ ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗକୁ ସୁଦୃଢ଼ କରିବା ନିମନ୍ତେ କାର୍ଯ୍ୟ ଜାରିରଖିବା ପାଇଁ ସେମାନଙ୍କର ମିଳିତ ପ୍ରତିବଦ୍ଧତାକୁ ଦୋହରାଇଥିଲେ । ଭବିଷ୍ୟତରେ ଘନିଷ୍ଠ ସମ୍ପର୍କ ବଜାୟ ରଖିବାକୁ ଦୁଇ ନେତା ସହମତ ହୋଇଛନ୍ତି ।

jittmm
Leave A Reply

Your email address will not be published.