pakka

ବାହୁନି ହେଲା ଭଳି ଗୋଟିଏ ରାସ୍ତାର ଆତ୍ମକଥା

bbehera

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ବ୍ଳକ ସାଲେପାଲି ପଞ୍ଚାୟତ ନିଲିଜିବାହାଲରୁ ବୁଦାମୁଣ୍ଡା ରାସ୍ତା ଦେଇ କପାଣି ବସଷ୍ଟାଣ୍ଡ ଯେଉଁମାନେ ଯାଉଥିବେ ସେମାନଙ୍କୁ ତିକ୍ତ ଅନୁଭବ ହେଉଥିବ । ସୂଚନା ଅନୁସାରେ ବେଲପଡା ବ୍ଳକ କପାଣିକୁ ସଂଯୋଗ କରୁଥିବା ନିଲିଜିବାହାଲରୁ ବୁଦାମୁଣ୍ଡା ୧ କିମି ରାସ୍ତା ମରଣଯନ୍ତା ପାଲଟିଥିବା ବେଳେ ଏହି ରାସ୍ତା ଦେଇ କପାଣି ବସଷ୍ଟାଣ୍ଡକୁ ପହଞ୍ଚାଇବାକୁ ହେଲେ ବହୁ କଷ୍ଟରେ ଯିବା ଆଦିବା ହୋଇଥାଏ । ବେଲପଡା ବ୍ଲକ ହୋଇଥିବା ବୁଦାମୁଣ୍ଡା ସିମା ପର୍ଯ୍ୟନ୍ତ ପିଚୁ ରାସ୍ତା ହୋଇଛି । ପାଟଣାଗଡ ବ୍ଲକ ଅଧିନରେ ନିଲିଜିବାହାଲ ହୋଇଥିବାରୁ ପାଟଣାଗଡ଼ ପ୍ରଶାସନର ରାସ୍ତା ପ୍ରତି ନିଜର ପଡୁନି । ବର୍ଷା ଦିନେ ଖାଲଖମାରେ ପାଣି ଭର୍ତ୍ତି ହେବା ଫଳରେ ଯାତାୟାତରେ ସାଧାରଣ ଲୋକଙ୍କୁ ଅସୂବିଧାର ସମ୍ମୁଖିନ ହେବାକୁ ପଡିଥିାଏ । ରାସ୍ତା ନିର୍ମାଣ ପାଇଁ ଦୀର୍ଘ ଦିନ ଧରି ଦାବୀ ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ଅଞ୍ଚଳର ଲୋକେ ଦୈନନ୍ଦିନ ଏହି ରାସ୍ତା ଉପରେ ନିର୍ଭର କରିଥିବାରୁ ଧୂଳି, ମଳି, ଖାଲ ଢିପରେ ଗାଡି ଚାଲେ, ମଟର ସାଇକେଲ ଚାଲେ ସବୁ ଅଭ୍ୟାସରେ ଚାଲେ ବୋଲି ଅଞ୍ଚଳ ଳୋକେ ପ୍ରକାଶ କରିଛନ୍ତିି । ଅଞ୍ଚଳର ଲୋକମାନେ ସରକାର ବୋଲି କିଛି ନାହିଁ । ନିଜ ରାସ୍ତା ନିଜେ ନିର୍ମାଣ କରିବାକୁ ଅଞ୍ଚଳବାସୀ ନିଷ୍ପତ୍ତି ନେଇଛନ୍ତି । ନିର୍ବାଚନ ପୂର୍ବରୁ ବିଭିନ୍ନ ଦଳ ପକ୍ଷରୁ ଉକ୍ତ ରାସ୍ତା ନିର୍ମାଣ ପାଇଁ ବହୁ ପ୍ରତିଶ୍ରୁତି ଦେଇଥିବା ବେଳେ ପ୍ରତିଶ୍ରୁତି ପାଳନ ଲାଗି ଆଉ କେତେ ବର୍ଷ ଲାଗିବ ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି । ଏହି ଅବହେଳିତ ରାସ୍ତା ପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି ।

jay balangir
Leave A Reply

Your email address will not be published.

five × 5 =