pakka

ରକ୍ଷଣା ବେକ୍ଷଣ ଅଭାବରୁ ଡ୍ୟାମପଡା ରାସ୍ତା ବିପର୍ଯ୍ୟସ୍ତ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ପୁତୁନା ଗ୍ରାମର ମରାମତି ଏବଂ ରକ୍ଷଣାବେକ୍ଷଣ ଅଭାବରୁ ଡ୍ୟାମପଡା ରାସ୍ତା ବିପର୍ଯ୍ୟସ୍ତ ହୋଇ ପଡିଥିବା ଅଭିଯୋଗ ହେଉଛି । ସୂଚନା ଅନୁସାରେ ଅସରାଏ ବର୍ଷା ହେଲେ ଲୋକେ କାଦୁଅରେ ଲଟପଟ ହୋଇ ଯିବା ଆସିବା କରୁଛନ୍ତି । ଝାରବନ୍ଧ ଜଳସେଚନ କୋତନା ଚାକଦର୍ହା ପ୍ରକୃତିର ଦୃଶ୍ୟ ଖୁବ୍‌ ମନୋରମ । ଦର୍ଶକଙ୍କ ମନମୁଗ୍ଧ କରିଦିଏ ଏହି ଦୃଶ୍ୟ । ପିକିନିକ ଋତୁରେ ବିଭିନ୍ନ ଅଞ୍ଚଳରୁ ଯାତ୍ରୀମାନେ ଏଠାକୁ ଆସିଥାନ୍ତି । ପର୍ଯ୍ୟଟକଙ୍କୁ ଏହି ରାସ୍ତା ଦେଇ ଯିବାକୁ ପଡିଥାଏ କିନ୍ତୁ ରାସ୍ତା ଖରାପ ଥିବାରୁ ପର୍ଯ୍ୟଟକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ସାମାନ୍ୟ ବର୍ଷା ହେଲେ ଯାତାୟାତ କରିବା କଷ୍ଟକର ହୋଇପଡେ । ରାସ୍ତା ମରାମତି ପାଇଁ କେହି ପଦକ୍ଷେପ ନେଉ ନାହାନ୍ତି ବୋଲି ଅଭିଯୋଗ ହେଉଛି । ପଥଚାରୀ ରାସ୍ତାରେ ଅନିଚ୍ଛା ସତ୍ତ୍ବେ ଯିବାକୁ ବାଧ୍ୟ ହେଉଛନ୍ତି ବୋଲି ମତ ପ୍ରକାଶ ପାଉଛି । ଝାରବନ୍ଧ ବ୍ଲକର ଏକ ପ୍ରସିଦ୍ଧ ଜାଗା ହୋଇ ଥିଲେ ସୁଦ୍ଧା ଏହି ଡ୍ୟାମପଡା ରାସ୍ତା ପ୍ରଶାସନ ଆଢ଼ୁଆଳରେ ରହିଯାଇଛି । ତେଣୁ ଏହି ରାସ୍ତାକୁ ତୁରନ୍ତ ମରାମତି କରାଯିବାକୁ ଜନ ସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.

3 × 1 =