csstore

ବିଜୁ ଛାତ୍ର ଜନତା ଦଳ ତରଫରୁ ସରକାରୀ ମହିଳା ମହାବିଦ୍ୟାଳୟରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗାନ୍ଧୀ ଜୟନ୍ତୀ ଠାରୁ ନଭେମ୍ବର ୨ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମାଜିକ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ପାଇଁ ଯେଉଁ ଆହ୍ୱାନ ଦେଇଛନ୍ତି ତାକୁ ଗୁରୁତ୍ୱର ସହ ନେବା ସହିତ ବଲାଙ୍ଗିର ଜିଲ୍ଲା ବିଜୁ ଛାତ୍ର ଜନତା ଦଳ ତରଫରୁ ଦଳର ସଭାପତି ଦେବୀ ରଞ୍ଜନ ତ୍ରୀପାଠୀ ଓ ଯୁବ ନେତା ଅର୍କେଶ ନାରାୟଣ ସିଂଦଓଙ୍କ ନିର୍ଦେଶରେ ବଲାଙ୍ଗିର ସହରର ସରକାରୀ ମହିଳା ମହାବିଦ୍ୟାଳୟ ପରିସରକୁ ପ୍ଲାଷ୍ଟିକ ମୁକ୍ତ କରିବା ସହ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଦଳର ରଜ୍ୟ ସମ୍ପାଦକ ତଥା ନୂଆପଡ଼ା ଜିଲ୍ଲା ପର୍ଯ୍ୟବେକ୍ଷକ ସୁମନ କୁମାର ନନ୍ଦ, ବଲାଙ୍ଗିର ନଗର ଯୁବ ବିଜେଡି ସଭାପତି ମନୋଜ ଦୀପ, ରାଜେଶ ସାହୁ, ଆକାଶ ଗଡତିଆ, ଜଗନ୍ନାଥ ମାଝୀ, ସୁଜିତ ପଧାନ, ରମେଶ ସାହୁ, ଶିବ ବେହେରା, ବିକାଶ ମୁଦୁଲି, ଆଶିଷ ଭୋଇ, ଡିଜିଟାଲ ସେକ୍ରେଟାରୀ ନାଏବ ଖାନ, ଅନିଲ ସେଠଙ୍କ ସହ ଦଳର ବହୁ ଛାତ୍ର ନେତା ମାନେ ଉପସ୍ଥିତ ରହି କଲେଜ ପରିସରକୁ ସଫା କରିଥିଲେ ।

jayashree
Leave A Reply

Your email address will not be published.