ପୁଢୋଖାର ଗାଁରୁ ଜମଲା ଯାଇଥିବା ରାସ୍ତା କେବେ ହେବ ?

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକ ଅନ୍ତର୍ଗତ ଡଙ୍ଗାଘାଟ ପଞ୍ଚାୟତ ଅଧିନରେ ଥିବା ପୁଢୋଖାର ଗାଁରୁ ଜମଲା ଯାଇଥିବା ରାସ୍ତା ଅତି ଶୋଚନୀୟ ହୋଇପଡିଛି । ସେଇ ରାସ୍ତା ଦେଇ ୪ ଖଣ୍ଡ ଗାଁ ଲୋକେ ଯିବା ଆସିବା କରୁଛନ୍ତି । ଜମଲା ପାଖରେ ସୋମବାର ଦିନ ବଜାର ବସିଥାଏ । ପ୍ରତ୍ୟେକ ଗ୍ରାମବାସୀ ଜିନିଷ ପତ୍ର କିଣି ଯାଇଥାନ୍ତି । ଛାତ୍ର ଛାତ୍ରୀ ପଢି ଯାଉଛନ୍ତି । ଏଇ ବାଟରେ ଅନେକ ଦୁର୍ଘଟଣା ମାନ ମଧ୍ୟ ହେଉଛି । ସାଇକେଲ ଆରୋହୀ ବାଇକ ଆରୋହୀମାନେ ହଇରାଣ ହେଉଥିବା ଦେଖିବାକୁ ମିଳୁଛି । ଯେତେ କହିଲେ ମଧ୍ୟ ପ୍ରଶାସନ ଅଧିକାରୀ ଶୁଣୁ ନଥିବା ଅଭିଯୋଗ ହେଉଛି । ସାଇକେଲ ଆରୋହୀ ଟିକିଏ ବର୍ଷା ହେଲେ ଚାଲିବାକୁ ପଡୁଛି । ଏଇ ରାସ୍ତାକୁ ନେଇ ଜନ ଅସନ୍ତୋଷ ଦେଖା ଦେଇଛି । ତୁରନ୍ତ ବରଗଡ ଜିଲ୍ଲା ପ୍ରଶାସନ ଦୃଷ୍ଟିଦେଇ ଏହି ରାସ୍ତା ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ସାମିଲ କରିବାକୁ ଜନ ସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.

one × five =