pakka

ଧନୁଯାତ୍ରା ଉପଲକ୍ଷେ ରଙ୍ଗୋଲି ମହୋତ୍ସବ ଆସନ୍ତା ୨୫ରେ

bbehera

ବରଗଡ, (ନିରୋଜ କୁମାର ପାଣୀ) : ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ୭୫ ବର୍ଷ ପୂର୍ତ୍ତି ତଥା ହୀରକ ଜୟନ୍ତୀ ଅବସରରେ ବରଗଡ଼ ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କ ପତ୍ର ସଂଖ୍ୟା ୬୭୭ ତା.୨୧/୧୨/୨୦୨୨ ଅନୁସାରେ ଏକ ବିରାଟ ରଙ୍ଗୋଲି ମହୋତ୍ସବ କାର୍ଯ୍ୟକ୍ରମ ଆସନ୍ତା ୨୫/୧୨/୨୨ ରବିବାର ଦିନ ବରଗଡ଼ ମହିଳା ମହାବିଦ୍ୟାଳୟ ଠାରୁ ସ୍ଥାନୀୟ ଗୌରପଡା ଛକ ପର୍ଯ୍ୟନ୍ତ ୫୦୦/୨୦ ଫୁଟ ଲମ୍ବ ବିଶିଷ୍ଟ ଏକ ବିରାଟ ରଙ୍ଗୋଲି ପ୍ରସ୍ତୁତ କରାଯିବ । ଏହି ଅବସରରେ ଇଚ୍ଛୁକ ଅନୁଷ୍ଠାନ ବା ବ୍ୟକ୍ତିବିଶେଷ ନିଜର ୧୦ ଜଣିଆ ସଦସ୍ୟଙ୍କ ଗ୍ରୁପ ସହିତ ପ୍ରଚାର ପ୍ରସାର କମିଟି ସଦସ୍ୟ ତଥା ଚିତ୍ରଶିଳ୍ପୀ ରାଜେନ୍ଦ୍ର ସିକନ୍ଦର ଓ ବଦ୍ରିପ୍ରସାଦ ସାହୁଙ୍କ ସହିତ ଡିସେମ୍ବର ୨୪ ତାରିଖ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଯୋଗାଯୋଗ କରିପାରିବେ । ଯୋଗାଯୋଗ ନମ୍ବର:- ୯୪୩୯୩୯୫୬୯୪, ୮୭୬୩୪୨୯୫୦୦ । ଆପଣଙ୍କ ଉପସ୍ଥିତି ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆହୁରି ରଙ୍ଗୀନ କରିପାରିବ ।

jay balangir
Leave A Reply

Your email address will not be published.

four − one =

error: Content is protected !!