csstore

ମହିଳାଙ୍କ ଜୀବନ ବଞ୍ଚେଇଲେ ରକ୍ତଦାତା

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ସମାଜରୂପୀ ଗାଡିର ମହିଳା ଓ ପୁରୁଷ ହେଉଛନ୍ତି ଦୁଇଟି ଯାକ ଗୋଟିଏ ଗୋଟିଏ ଚକ ଯାହାଫଳରେ ସମାଜ ଚଳଚଞ୍ଚଳ ହୋଇଉଠେ ଯାହାକି କରୋନା ସମୟରେ ମଧ୍ୟ ପୁରୁଷ ରକ୍ତଦାତା ମାନେ ରକ୍ତଦେଇ ପ୍ରମାଣିତ କରିଛନ୍ତି । ଆଜି କଣ୍ଟାବାଞ୍ଜି ରକ୍ତ ଭଣ୍ଡାରରେ ତିନି ଜଣ ମହିଳାଙ୍କୁ ପୁରଷମାନେ ରକ୍ତ ଦେଇ ଜୀବନ ରକ୍ଷା କରିଛନ୍ତି । ଜୁନିୟର ରେଡକ୍ରସ ପରାମର୍ଶ ଦାତା ବିରଞ୍ଚି ନାରାୟଣ ଦାଶ ରକ୍ତଦାତା ମାନଙ୍କ ସହିତ ଯୋଗାଯୋଗ କରିବା ପରେ ରକ୍ତଦାତା ମାନେ ବିଭିନ୍ନ ଗ୍ରାମରୁ ଆସି ଛୋଟୁ ବାଗ, କଣ୍ଟାବାଞ୍ଜି, ନାରାୟଣ ପ୍ରସାଦ ସିଂ, ଚଣାବାହାଲ, ଗୁଡୁ ରଣା, ମାଙ୍କଡ଼ ଚୁଆଁ, ନାରାୟଣ ଅଗ୍ରୱାଲ, କଣ୍ଟାବାଞ୍ଜି ଏ ପଜିଟିଭ, ଓ ପଜିଟିଭ, ବି ପଜିଟିଭ ରକ୍ତ ପାଇକମାଲର ରୁଖନା ନାୟକ, ଲଥାକେନ୍ଦର ଦହନା ପୁଞ୍ଜି, ପଙ୍ଗନିଆର ଦମୟନ୍ତୀ ହେର୍ଣ୍ଣାଙ୍କୁ ରକ୍ତ ଦେଇ ଜୀବନ ବଞ୍ଚେଇବାରେ ସଫଳ ହୋଇଥିଲେ । ରକ୍ତ ଯୋଗାଡକରିବା ଓ ଦେବାରେ ସଂଗ୍ରାମ ତ୍ରିପାଠୀ, ଗୁରୁବାରୁ ରଣା, ଦୁର୍ଗା ତାଣ୍ଡି, କୁନାଲ ଦାସ, ଶିବ ସାହୁ ଆଦି ସହଯୋଗ କରିଥିଲେ । ରକ୍ତଦାତା ମାନଙ୍କ ଏଭଳି ସେବା ମନୋବୃତ୍ତିକୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି ।

jayashree
Leave A Reply

Your email address will not be published.