pakka

ବ୍ୟାଙ୍କ ଅଫ୍ ଇଣ୍ଡିଆ ପରିସରରେ ରକ୍ତଦାନ ଶିବିର

bbehera

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଆଜି ବ୍ୟାଙ୍କ ଅଫ୍‌ ଇଣ୍ଡିଆ, ୧୧୭ ବର୍ଷ ପୂର୍ତ୍ତି ଅବସରରେ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ବରଗଡ଼ ଶାଖା ଓ ନିଷ୍ଠା ପରିବାରର ମିଳିତ ଉଦ୍ୟମରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ଶିବିରକୁ ଶାଖା ପ୍ରବନ୍ଧକ ରାଜେଶ କୁମାର ଥନାପତି, ସରସ୍ଵତୀ ବିଶ୍ଵାଳ, ଆର୍ତ୍ତତ୍ରାଣ ପ୍ରଧାନ, ଶଙ୍କର ଭୋଇ ଫିତା କାଟି ଶୁଭାରମ୍ଭ କରିଥିଲେ । ଶିବିରରେ ଶାଖା ପ୍ରବନ୍ଧକଙ୍କ ସମେତ ସର୍ବମୋଟ୍ ୩୦ ଜଣ ରକ୍ତଦାତା ରକ୍ତଦାନ କରିଥିଲେ । ବରଗଡ଼ ରକ୍ତ ଭଣ୍ଡାର ଦ୍ୱାରା ସଂଗୃହିତ ହେଇଥିଲା । ନିଷ୍ଠା ପରିବାରର କୋଷାଧ୍ୟକ୍ଷ ଶ୍ୟାମ ସୁନ୍ଦର ସାହୁ, ଉପସଭାପତି କ୍ଷୀରୋଦ୍ର ସାହୁ, ସମ୍ପାଦକ ଜୟନ୍ତ ପ୍ରଧାନ, ଭୋଲାନାଥ ସାହୁ, ହେମାଞ୍ଚଲ ସାହୁ, ଲିଙ୍ଗରାଜ ସାହୁ, ଚିତ୍ର ସେନ ପ୍ରଧାନ, ବୁଲୁ ଷଡ଼ଙ୍ଗୀ, ସରୋଜ ସାହୁ, ଅମି ଥପା, ଶ୍ରୀବତ୍ସ ସାହୁ, ମହିଳା ଶାଖାର ସଦସ୍ୟା ପ୍ରାଚୀ କର ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ନିଷ୍ଠା ପରିବାର ତରଫରୁ ବ୍ୟାଙ୍କ ଅଫ୍‌ ଇଣ୍ଡିଆକୁ ରକ୍ତଦାନ ଶିବିର ଆୟୋଜନ ପାଇଁ ମୋମେଣ୍ଟୋ ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।

Leave A Reply

Your email address will not be published.

nineteen − sixteen =