oom

ସଂପର୍କ ସ୍ୱେଚ୍ଛାସେବୀ ସଂଘ ତରଫରୁ ରକ୍ତଦାନ ଶିବିର

jsmm

ବରଗଡ, (ନିରୋଜ କୁମାର ପାଣୀ) : ଆଜି ବରଗଡ ବିଧାନସଭା ଅନ୍ତର୍ଗତ ଅଡଗାଁ ପଞ୍ଚାୟତ ସହରାପାଲି ଗ୍ରାମ ଠାରେ ଅଗ୍ରଣୀ ଅନୁଷ୍ଠାନ “ସଂପର୍କ ସ୍ୱେଚ୍ଛାସେବୀ ସଂଘ” ତରଫରୁ ଅନୁଷ୍ଠାନର ସଂଯୋଜକ ରୋସନ ସାହୁଙ୍କ ସଂଯୋଜନାରେ ସଂଘର ସଭାପତି ଅଶୋକ ସାହୁ ଏବଂ ସମ୍ପାଦକ ଶାନ୍ତନୁ ସାହୁଙ୍କ ଉପସ୍ଥିତିରେ ଚତୁର୍ଥ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଅଛି l ଏହି ରକ୍ତଦାନ ଶିବିରକୁ ଭାରତୀୟ ଜନତା ପାର୍ଟି ବରଗଡ଼ ଜ଼ିଲ୍ଲା ସଭାପତି ଅଶ୍ୱିନୀ କୁମାର ଷଡ଼ଙ୍ଗୀ ଉପସ୍ଥିତିରେ ଗ୍ରାମର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ମଲିଆ ଷଡ଼ଙ୍ଗୀ ଫିତା କାଟି ଉଦଘାଟନ କରିଥିଲେ । ସମ୍ମାନିତ ଅତିଥିଭାବେ ରବି ଦାଶ, ବିଜୟ ଦାସ ଏବଂ ସୁବ୍ରତ ହୋତା ଉପସ୍ଥିତ ଥିଲେ |ସମୁଦାୟ ୩୪ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା । ଅନୁଷ୍ଠାନର ସକ୍ରିୟ ସଦସ୍ୟ ଅବନୀକାନ୍ତ ପଣ୍ଡା, ଶ୍ରୀକାନ୍ତ ସାହୁ, ମାଧବ ମହାପାତ୍ର, ବାବୁଲୁ ସାହୁ, ଭରତ ଭୁଏ, ଡାକ୍ତର ସାହୁ, ଅନିଲ ସାହୁ, କ୍ଷୀରସାଗର ସେଠ, କୃଷ୍ଣ ପଧାନ, ସୁଦାମ ସାହୁ, ଗୁଣନିଧି ଧରାଇ, ଶିବ ପଧାନ, ପରଖିତ୍ ଛତର, ପଣ୍ଡିତ ପଧାନ, ଭୃଷବ ସାହୁ, ଲକ୍ଷ୍ମଣ ସାହୁ ଯୋଗଦାନ କରି ସ୍ବେଛାକୃତ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ l ସହରାପାଲି ଗ୍ରାମର ବିଶିଷ୍ଟ ଆଇନଜୀବୀ ମନସୀ ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନତାରେ ଶିବିର ପରିଚାଳିତ ହୋଇଥିଲା ।

jittmm
Leave A Reply

Your email address will not be published.