jsm

ମାରୱାଡି ଯୁବା ମଂଚ ଓ ସମୃଦ୍ଧି ଶାଖା ତରଫରୁ ରକ୍ତଦାନ ଶିବିର

csstore

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସକାଳେ ମାରୱାଡି ସେବା ସଦନ ଠାରେ ମାରୱାଡି ଯୁବା ମଂଚ ଏବଂ ଏହାର ମହିଳା ଶାଖାର ମିଳିତ ସହଯୋଗରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା । ଭେକ୍ସିନ ନେବା ପୂର୍ବରୁ ରକ୍ତଦେବା ପାଇଁ ସଦସ୍ୟମାନଙ୍କୁ ଅନୁରୋଧ କରାଯାଇଥିଲା । କାହିଁକି ନା ମଇ ୧ ତାରିଖରୁ ୧୮ ରୁ ୪୪ ବର୍ଷ ପାଇଁ ଭେକ୍ସିନ ନେଲେ ତିନି ମାସ ପର୍ଯ୍ୟନ୍ତ ରକ୍ତ ଦେଇପାରିବେ ନାହିଁ । ବର୍ତ୍ତମାନ ସମୟରେ ରକ୍ତଦାତାଙ୍କ ମଧ୍ୟ ଅଭାବ ରହିଥିବାରୁ ରକ୍ତ ଭଣ୍ଡାରରେ ରକ୍ତର ଅଭାବ ଦେଖା ଦେଇଛି । ଅତିରିକ୍ତ ଜିଲ୍ଲାପାଳ ଅନନ୍ତ ନାରାୟଣ ସିଂ ଲାଗୁରି ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଏହି ଶିବିରକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ରେଡକ୍ରସର ପୃଷ୍ଠପୋଷକ ତଥା ବରିଷ୍ଠ ରୋଟାରିଆନ ବିଷ୍ଣୁ ପ୍ରସାଦ କେଡିଆ ମୁଖ୍ୟବକ୍ତା ଭାବରେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରି ପ୍ରମାଣପତ୍ର ପ୍ରଦାନ କରିଥିଲେ । ବଲାଙ୍ଗିର ବୈବସାୟୀ ସଂଘର ସାଧାରଣ ସଂପାଦକ ବଳରାମ ଅଗ୍ରୱାଲ ତଥା ଯୁବାମଂଚର ଅଧ୍ୟକ୍ଷ ଅମିତ ଚୈାଧୁରୀ, ସମୃଦ୍ଧି ଶାଖାର ଅଧ୍ୟକ୍ଷା ସୁଜାତା ଅଗ୍ରୱାଲ, ଯୁବାମଂଚର ସଂପାଦକ ଭିଲେସ ଜୈନ, ପୂର୍ବତନ ସଭାପତି ବିରେନ୍ଦ୍ର ଅଗ୍ରୱାଲ, ସିଏ ମୁକେଶ ଅଗ୍ରୱାଲ, ରୁପ କୁମାର ଅଗ୍ରୱାଲ, ସୀମା ଜୈନ, ବବଲି ଅଗ୍ରୱାଲ, ସଂଜିବ ଅଗ୍ରୱାଲ ଇତ୍ୟାଦି ସଭ୍ୟମାନେ ରହି ଶିବିର ପରିଚାଳନା କରିଥିଲେ । ଏହି ଶିବିରରେ ବ୍ଲଡ ବ୍ୟାଙ୍କର କର୍ମକର୍ତ୍ତା ଦୁର୍ଗା ଆଚାର୍ଯ୍ୟ, ନରେଶ ମିଶ୍ର, ସେକ୍‌ ଅବଦୁଲ ଅସରଫ, ଜ୍ୟୋର୍ତିମୟୀ ନାଏକ, ସୁଶିଲ ସୁନା ତଥା ଡକ୍ତର ଦିପକ ରଂଜନ ସେନ ଉପସ୍ଥିତ ରହି ରକ୍ତ ସଂଗ୍ରହରେ ସାହାଯ୍ୟ କରିଥିଲେ । କୋଭିଡ୍‌-୧୯ର ନିୟମ ମାନି ରକ୍ତଦାତାମାନେ ପର୍ଯ୍ୟାୟକ୍ରମେ ଆସି ରକ୍ତଦାନ କରିଥିଲେ । ସର୍ବମୋଟ ୩୨ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା ତଥା ଆଗାମୀ ମଇ ୮ ତାରିଖ ଦିନ ଆନ୍ତର୍ଜାତୀୟ ରେଡକ୍ରସ ଦିବସରେ ରକ୍ତଦାନ କରିବା ପାଇଁ ଅନ୍ୟ ରକ୍ତଦାତାଙ୍କୁ ପରାମର୍ଶ ଦିଆଯାଇଥିଲା ।

yuvodaya
Leave A Reply

Your email address will not be published.