csstore

ରୋଟାରୀ ପକ୍ଷରୁ ରକ୍ତ ଶର୍କରା ପରୀକ୍ଷା ସେବା ଶିବିର

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପ୍ରତି ବର୍ଷ ୨୯ ସେପ୍ଟେମ୍ବର ଦିନ ବିଶ୍ୱହୃଦୟ ଦିବସ ପାଳନ କରାଯାଏ । ଚଳିତବର୍ଷ ଏହି ଦିନରେ ଭାରତରୁ ମଧୁମେହ ବା ଡାଏବେଟିସ ରୋଗର ବିନାଶ ପାଇଁ ଆଗୁଆ ପଦକ୍ଷେପ ସ୍ୱରୂପ ସମଗ୍ର ଦେଶର ଗୋଟିଏ ଦିନରେ ୧୦ ଲକ୍ଷ ଲୋକଙ୍କ ବିନ୍ଦୁଏ ରକ୍ତ ନମୁନାରେ ଶର୍କରା ପରୀକ୍ଷା କରାଇବା ପାଇଁ ରୋଟାରୀ ଆନ୍ତର୍ଜାତିକ ସଂଗଠନ ପକ୍ଷରୁ ଏକ ଅଭିଯାନ ସର୍ବୋପରି ଛତ୍ରପୁର ରୋଟାରୀ କ୍ଲବ ପକ୍ଷରୁ ରକ୍ତ ଶର୍କରା ପରୀକ୍ଷା ସେବା ଶିବିର ଆୟୋଜିତ ହୋଇଥିଲା । ପ୍ରଥମ ପର୍ଯ୍ୟାୟରେ ହିଁ ଉପଯୁକ୍ତ ଚିକିତ୍ସା ସେବା ଯୋଗାଇ ଡାଏବେଟିସ ରୋଗର ମୁକାବିଲା ପାଇଁ ଆଗୁଆ ପଦକ୍ଷେପ ନେବା ଏହି ଅଭିଯାନର ଉଦ୍ଦେଶ୍ୟ । ଛତ୍ରପୁର ରୋଟାରୀ କ୍ଲବ ପକ୍ଷରୁ ଏହି ଅବସରରେ କ୍ଲବ ପରିସର ସମେତ ପବ୍ଳିକ ସ୍କୁଲ ଓ ରାଜନାପଲ୍ଲୀ ଗ୍ରାମରେ ତିନିଟି ରକ୍ତ ଶର୍କରା ପରୀକ୍ଷା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ସଭାନେତ୍ରୀ ଏସ୍‌ ରେଖା ମହାନ୍ତିଙ୍କ ନେତୃତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ, ସମ୍ପାଦିକା ସ୍ୱାଗତିକା ସାମନ୍ତରାୟ, ବରିଷ୍ଠ ସଦସ୍ୟବୃନ୍ଦ ସର୍ବଶ୍ରୀ ପ୍ରଫୁଲ୍ଲ ପଟ୍ଟନାୟକ, ନିରଞ୍ଜନ ପାତ୍ର, ଡକ୍ଟର ବିମଳ ପ୍ରସାଦ ସାହୁ, ବାସୁଦେବ ରାଓ, ପ୍ରସନ୍ନ ପତି ଓ ଧିରେନ୍ଦ୍ରନାଥ ପଣ୍ଡା ସହଯୋଗ କରିଥିଲେ । ଏହି ଅବସରରେ ଶହେ ଜଣ ପୁରୁଷ ଓ ମହିଳାଙ୍କ ରକ୍ତ ଶର୍କରା ପରୀକ୍ଷା କରାଯାଇଥିଲା ।

jayashree
Leave A Reply

Your email address will not be published.