oom

ଭାରତୀୟ ଜନତା ପାର୍ଟି ତାରଫରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ

jsmm

କଣ୍ଟାବାଞ୍ଜି, (ମନୀଷ କମୁାର ହଂସ) : ବଲାଙ୍ଗିର ଜ଼ିଲ୍ଲା କଣ୍ଟାବାଞ୍ଜି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ରବିବାର ଦିନ ଭାରତୀୟ ଜନତା ପାର୍ଟି, କଣ୍ଟାବାଞ୍ଜି ଶାଖା, କୃଷକ ମୋର୍ଚ୍ଛା ସହଯୋଗରେ ସେବାହିଁ ସଂଗଠନ ଉପଲକ୍ଷେ ରବିବାର ଦିନ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି । ନରେନ୍ଦ୍ର ମୋଦିଙ୍କ ୭ ବର୍ଷ ପୂର୍ତ୍ତୀ ଅବସରରେ ସେବାହିଁ ସଙ୍ଗଠନ କାର୍ୟ୍ୟକ୍ରମ ଉପଲକ୍ଷେ କୃଷକ ମୋର୍ଚ୍ଛାର ରାଜ୍ୟ ସାଧାରଣ ସମ୍ପାଦକ ଲକ୍ଷ୍ମଣ ବାଗଙ୍କ ନେତୃତ୍ୱରେ ୨୪ ଜଣ ସ୍ୱେଚ୍ଛାସେବୀ ଯୋଗ ରକ୍ତଦାନ କରିଥଲେ । ଏହି କାର୍ୟ୍ୟକ୍ରମରେ ବଲାଙ୍ଗିର ଜିଲ୍ଲାର ସଭାପତି ଶିବାଜୀ ମହାନ୍ତି, ଜ଼ିଲ୍ଲା ସାଧାରଣ ସମ୍ପାଦକ ଶ୍ରୀବତ୍ସ ବେହେରା, ସାଂସଦଙ୍କ ସ୍ୱାସ୍ଥ୍ୟ ପ୍ରତିନିଧି ବିଦେଶୀ ବେହେରା, ଘାସିରାମ ଜୈନ, କଣ୍ଟାବାଞ୍ଜି ନଗର ସଭାପତି ବେଦବ୍ୟାସ ନାଗ, ଯୁବମୋର୍ଚ୍ଚା ସଭାପତି, ଚୈତନ୍ୟ ହଂସ, ପ୍ରଦୀପ ବାଗ, ସନ୍ତୋଷ ଅଗ୍ରୱାଲ, ପ୍ରମୁଖ ସାହାଯ୍ୟ କରିଥିଲେ । କଣ୍ଟାବାଞ୍ଜି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଏସ.ପି.ଡ଼ି ପଣ୍ଡା, ସହ ସୁନିତା ଭୋଇ, ଶିବ କୁମାର ସାହୁ, କମଳ ଦାଶ, ଡିଙ୍ଗର ତାଣ୍ଡି, ପ୍ରଶାନ୍ତ ସାହୁ ଓ ଗୁରୁବାନ ରଣା ପ୍ରମୁଖ ସାହାଯ୍ୟ କରିଥିଲେ ।

jittmm
Leave A Reply

Your email address will not be published.