ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରସ୍ଥିତ ଶ୍ରୀରାମନଗର ଠାରେ ଅବସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ରକ୍ଷାବନ୍ଧନ ଉତ୍ସବ ତଥା ପ୍ରକୃତିବନ୍ଧନ କାର୍ଯ୍ୟକ୍ରମ ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଯାଇଛି । ଉକ୍ତ ଉତ୍ସବରେ ମୁଖ୍ୟଅତିଥି ରୂପେ ରୋଟାରୀୟାନ୍ ପ୍ରଫୁଲ୍ଲ କୁମାର ପଟ୍ଟନାୟକ ଯୋଗଦେଇ ସମାଜରେ ଭାରତର ସଂସ୍କୃତି ଓ ପରମ୍ପରାର ପୁନରୁଦ୍ଧାରରେ ଶିଶୁ ବିଦ୍ୟା ମନ୍ଦିରର ପ୍ରୟାସକୁ ଭୂୟସୀ ପ୍ରସଂଶା କରିଥିଲେ । ବିଦ୍ୟାଳୟର ସଭାପତି ତଥା ଛତ୍ରପୁର ରୋଟାରୀ ସଭାପତି ଆଇନଜ୍ଞ ପଦ୍ମ ଚରଣ ସାହୁ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ । ପ୍ରଧାନାଚାର୍ଯ୍ୟ ରବୀନ୍ଦ୍ରନାଥ ଦାଶ ଉପସ୍ଥିତ ଅତିଥିମାନଙ୍କ ପରିଚୟ ପ୍ରଦାନ କରି ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ବରିଷ୍ଠ ଆଚାର୍ଯ୍ୟ ସୁରେଶ କୁମାର ଆଚାରୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ବରିଷ୍ଠ ଆଚାର୍ୟ୍ୟ କୈଳାସ ଚନ୍ଦ୍ର ଶତପଥୀ ରକ୍ଷାବନ୍ଧନ ଉତ୍ସବ ପାଳନର ତାତ୍ପର୍ଯ୍ୟ ବୁଝାଇଥିଲେ । ପୂର୍ବରୁ ଆୟୋଜିତ ଆଚାର୍ଯ୍ୟ ନିବନ୍ଧ ପ୍ରତିଯୋଗିତାର କୃତୀ ଆଚାର୍ଯ୍ୟ ଆଚାର୍ଯ୍ୟାମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ଏବଂ ମୁଖ୍ୟଅତିଥିଙ୍କ ଦ୍ୱାରା ପ୍ରକୃତିବନ୍ଧନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସଂପାଦକ ସନ୍ତୋଷ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ କୋଷାଧ୍ୟକ୍ଷ ସିମାଞ୍ଚଳ ପାତ୍ର ଓ ସଦସ୍ୟ ରାମ ପ୍ରସାଦ ପଟ୍ଟନାୟକ ଉପସ୍ଥିତ ଥିଲେ । ଶେଷରେ ଶିଶୁମାନଙ୍କୁ ରକ୍ଷାବନ୍ଧନ କରାଯାଇଥିଲା । ଏଥି ସାଂଗକୁ ଶିଶୁ ଓ ଆଚାର୍ଯ୍ୟ ମାନଙ୍କ ସହଯୋଗରେ ନଗରର ବିଭିନ୍ନ ଅଞ୍ଚଳରେ ରକ୍ଷାବନ୍ଧନ କରାଯାଇଥିଲା । ଏଥିରେ ମାତୃଭାରତୀର ସଭାପତିଙ୍କ ସହ ସମସ୍ତ ସଦସ୍ୟ ସକ୍ରୀୟ ସହଯୋଗ କରିଥିଲେ ।
