p purohi

ଆଜି ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୧୪

dr. purohit

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଏବେ ଏକ୍‌ଟିଭ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୫୧ ରହିଛି । ଆଜି ୨୧୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୨୬ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୮୮ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ଜିଲ୍ଲା ଅନୁସାରେ ଅନୁଗୁଲରୁ ୬, ବାଲେଶ୍ୱରରୁ ୧୧, ବରଗଡ଼ରୁ ୧୩, ଭଦ୍ରକରୁ ୪, ବଲାଙ୍ଗିରରୁ ୨୦, ବୌଦ୍ଧରୁ ୨, କଟକରୁ ୨୦, ଢେଙ୍କାନାଲରୁ ୧୦, ଗଞ୍ଜାମରୁ ୪, ଜଗତସିଂପୁରରୁ ୨, ଯାଜପୁରରୁ ୫, ଝାରସୁଗୁଡ଼ାରୁ ୩, କଳାହାଣ୍ଡିରୁ ୫, କନ୍ଧମାଲରୁ ୧, କେନ୍ଦ୍ରାପଡାରୁ ୧, ଖୋର୍ଦ୍ଧାରୁ ୩୩, କେରାପୁଟରୁ ୧୦, ମୟୁରଭଞ୍ଜରୁ ୯, ନବରଙ୍ଗପୁରରୁ ୧, ନୂଆପଡାରୁ ୨, ପୁରୀରୁ ୫, ରାୟଗଡାରୁ ୩, ସମ୍ବଲପୁରରୁ ୧୦, ସୁନ୍ଦରଗଡରୁ ୨୭ ଓ ଷ୍ଟେଟପୁଲରୁ ୭ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ସମୁଦାୟ ୩୩୯୪୬୦ ଜଣ ସଂକ୍ରମିତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩୩୬୩୩୭ ଜଣ ସୁସ୍ଥ ହୋଇ ସାରିଛନ୍ତି ।

nrusinghnath
Leave A Reply

Your email address will not be published.