csstore

ସର୍ବ ଭାରତୀୟ ବିଂଝାଲ ସମାଜର ରାଜ୍ୟ ସ୍ତରୀୟ ମହିଳା ସଂଘ ଗଠିତ

  • ବିଂଝାଲ ସମାଜର ସାମାଜିକ ଅର୍ଥନୈତିକ ବିକାଶ ଦିଗରେ ଓ ନାରୀ ସମାଜ ପ୍ରତି ଘଟୁଥିବା ଅତ୍ୟାଚାର ଓ ନିର୍ଯ୍ୟାତନା ଶିକାର ବିରୋଧରେ ଲଢ଼ିବାକୁ ନିଷ୍ପତ୍ତି

ପଦ୍ମପୁର, (ନିରୋଜ କୁମାର ପାଣୀ) : ସର୍ବ ଭାରତୀୟ ସ୍ୱାଲାଖ ବିନ୍ଧ୍ୟଗିରିବାସୀ ବିଂଝାଲ ସମାଜ ରାଜ୍ୟ ମହିଳା ସଂଘ ଗଠିତ ହୋଇଯାଇଛି । ଗତ ତାରିଖ ୨୮/୧୧/୨୦୨୨ଠାରୁ ମହିଳା ସଂଘ ଗଠନ ନେଇ ଆଲୋଚନା ହୋଇ ଆସୁଥିଲା । ତାରିଖ ୧/୧/୨୦୨୫ ଓ ୨/୧/୨୦୨୫ ଦୁଇଦିନ ବ୍ୟାପୀ ଗୁଗୁଲ୍‌ ମିଟ୍‌ ମାଧ୍ୟମରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ମହିଳା ମାନେ ଭାଗ ନେଇ ବିଂଝାଲ ସମାଜର ସାମାଜିକ ଓ ଅର୍ଥନୈତିକ ବିକାଶ, ଶୃଙ୍ଖଳିତ ସମାଜ ଗଠନ, ନାରୀ ଶିକ୍ଷା, ସଂସ୍କାର ଦିଗରେ ମହିଳା ମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ରହିଥିବା ବେଳେ ଶାରୀରିକ ନିର୍ଯ୍ୟାତନା ଶିକାର ହେଉଥିବା ମହିଳା ଅବହେଳାର ଶିକାର ହେଉଥିବା ମହିଳାଙ୍କ ପ୍ରତି ଏହି ମହାସଂଘ ଉତ୍ସର୍ଗ ହେବ ବୋଲି ବୈଠକରେ ଆଲୋଚନା କରାଯାଇଥିଲା । ସଂଘ ସମାଜରେ ଘଟୁଥିବା ଦୂର୍ନୀତି ଅତ୍ୟାଚାର ବିରୋଧରେ ଲଢ଼ିବାକୁ ନିଷ୍ପତ୍ତି ନିଆଯାଇଥିଲା । ସେଥିପାଇଁ ରାଜ୍ୟ ସ୍ତରୀୟ ମହିଳା ସଂଘ ଗଠନ କରିବାର ଆବଶ୍ୟକତା ରହିଛି ବୋଲି ମତପ୍ରକାଶ ପାଇଥିଲା । ଏବଂ ତାରିଖ ୨/୧/୨୦୨୫ ଦିନ ସର୍ବସମ୍ମତି କ୍ରମେ ରାଜ୍ୟର ୩୦ ଗୋଟି ଜିଲ୍ଲାରୁ ଜଣେ ଲେଖାଏଁ ମହିଲା କର୍ମକର୍ତ୍ତା ସଦସ୍ୟଙ୍କୁ ଏକ ନୂତନ ରାଜ୍ୟସ୍ତରୀୟ ମହିଳା ସଂଘ ଗଠନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ଏଥିରେ ବରଗଡ଼ ଜିଲ୍ଲାରୁ ରାଜ୍ୟ ସଭାନେତ୍ରୀ ଭାବରେ ବାୟୁଶ୍ରୀ ବାଗ, ବଲାଙ୍ଗିରରୁ କଲାବତୀ ବରିହା ଉପ ସଭାନେତ୍ରୀ, ନୂଆପଡ଼ାରୁ ସାଧାରଣ ସମ୍ପାଦିକା ପିଙ୍କି ନେଗୀ, ସମ୍ବଲପୁରରୁ ଯୁଗ୍ମ ସଂପାଦିକା ସପିନୀ ବିଂଝାଲ, ବଲାଙ୍ଗିରରୁ ସୀତୟା ବରିହା କୋଷାଧ୍ୟକ୍ଷ, ସମ୍ବଲପୁର ପପିତା ବିଂଝାଲ ସକ୍ରିୟ ସଭ୍ୟା ଭାବେ ବରଗଡ ପୁଷ୍ପାଞ୍ଜଳି ବରିହା , ସମ୍ବଲପୁର ସନ୍ତୋଷିନୀ ବିଂଝାଲ,ବରଗଡ ଅଲିଭା ବାଗ ,ବାଲାଙ୍ଗିର ସୁଭଦ୍ରା ବରିହା ପ୍ରମୁଖ ମନୋନୀତ ହୋଇଥିବା ବେଳେ ବଲାଙ୍ଗିରରୁ ମୂଖ୍ୟ ସଂଚାଳକ ଚନ୍ଦ୍ରଶେଖର ବାଗ, ମିଡ଼ିଆ ସେଲ୍ ସଂଯୋଜକ ଭାବେ ଗୋରେଖନାଥ ବରିହା ମନୋନୀତ ହୋଇଛନ୍ତି । ଆସନ୍ତା ଫେବୃୟାରୀ ୮/୯ ଦୁଇ ଦିନ ଧରି ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ ଲରମ୍ଭା ଠାରେ ନୂତନ ଭାବେ ଗଠିତ ହୋଇଥିବା ରାଜ୍ୟ ସ୍ତରୀୟ ମହିଳା ସଂଘ ପ୍ରଥମ ସାଧାରଣ ବୈଠକ ଅନୁଷ୍ଠିତ ହେବ ବୋଲି କମିଟି ମୂଖ୍ୟ ସଂଚାଳକ ଶ୍ରୀ ବାଗ ସୂଚନା ଦେଇଥିବା ବେଳେ ବୈଠକରେ ସମସ୍ତଙ୍କୁ ଯୋଗଦେବାକୁ ସେ ଅନୁରୋଧ କରିଛନ୍ତିି ।

jayashree
Leave A Reply

Your email address will not be published.