pakka

ଫୋକସ୍‌ରେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଜମି ଓ ଭିତ୍ତିଭୂମିକୁ ନେଇ ସାଂସଦ-କୁଳପତି ଆଲୋଚନା

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବିଗତ କିଛି ସମୟ ହେବ ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟର ଜମି ଓ ଭିତ୍ତିଭୂମି ଫୋକସ୍‌ରେ ରହିଛି । ଆଜି ବଲାଙ୍ଗିର ଲୋକସଭା ସାଂସଦ ସଙ୍ଗୀତା କୁମାରୀ ସିଂଦେଓ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ପରିଦର୍ଶନରେ ଯାଇ ବିଶ୍ୱବିଦ୍ୟାଳୟର ଜମିପଟ୍ଟା ଓ ଭିତ୍ତିଭୂମିକୁ ନେଇ କୁଳପତି ପ୍ରଫେସର ଡ. ଉମାବଲ୍ଲଭ ମହାପାତ୍ର ଓ ପୁରାତନ ଛାତ୍ର ସଙ୍ଗଠନ ପ୍ରତିନିଧି ମଣ୍ଡଳୀ ସହ ଆଲୋଚନା କରିଛନ୍ତି । ରାଜେନ୍ଦ୍ର କଲେଜକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ମିଳିଥିଲେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ୟୁଜିସି ଅଧିନିୟମ ୧୯୫୬ ଧାରା ୧୨ (ବି) ସ୍ୱୀକୃତି ଏଯାଏଁ ମିଳିନାହିଁ । ଏହି ସର୍ତ୍ତାବଳୀ ପୂରଣ କରିବା ଦିଗରେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ କୁଳପତି-ସାଂସଦ ଓ ପୁରାତନ ଛାତ୍ର ସଙ୍ଗଠନ ପ୍ରତିନିଧି ମଣ୍ଡଳୀର ଆଲୋଚନା ହୋଇଥିଲା । ଛାତ୍ର ପ୍ରତିନିଧି ମଣ୍ଡଳୀରେ ଅସୀମ ପଟ୍ଟନାୟକ, ଆଡଭୋକେଟ୍ ଭବାନୀ ଶଙ୍କର ଶତପଥି, ଜିଲ୍ଲା ଓକିଲ ସଂଘ ସଭାପତି ପ୍ରବୀଣ ମିଶ୍ର, ଧର୍ମେନ୍ଦ୍ର ପ୍ରସାଦ ନନ୍ଦ, ଅଧ୍ୟାପିକା ସୁରାଲି ମହାନ୍ତି, ପ୍ରଭାସ ପାଣିଗ୍ରାହୀ, ରତନ ମହାରଣା ଓ ଶିବାଜୀ ମହାନ୍ତି ଉପସ୍ଥିତ ରହି ବିଶ୍ୱବିଦ୍ୟାଳୟର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ଜମିପଟ୍ଟା, ଆବଶ୍ୟକ ଜମି ଓ ଭିତ୍ତିିଭୂମି ବିକାଶ ସହ ଟିଚିଂ ଓ ନନ୍ ଟିଚିଂ ଷ୍ଟାଫ୍ ନିଯୁକ୍ତି ଉପରେ ଆଲୋଚନା ହୋଇଥିଲା । ତେବେ ଆଲୋଚନା ପରେ ଏହି ଶିକ୍ଷାନୁଷ୍ଠାନକୁ ଏକ ଉତ୍କର୍ଷ ଶିକ୍ଷାନୁଷ୍ଠାନରେ ପରିଣତ କରିବା ଦିଗରେ କେନ୍ଦ୍ର ଉଚ୍ଚଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଲୋକସଭା ସାଂସଦ ସିଂଦେଓ ଆଲୋଚନା କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ରାଜ୍ୟ ସରକାର ଓ ଜିଲା ପ୍ରଶାସନ ଆବଶ୍ୟକ ଜମି ଯୋଗାଇଦେଲେ ୟୁଜିସି ଅଧିନିୟମ ୧୯୫୬ ଧାରା ୧୨ (ବି) ଅନୁମୋଦନ ପାଇଁ ଉଦ୍ୟମ କରାଯିବ ବୋଲି କହିଥିଲେ । ତା’ ସହ ବିଶ୍ୱବିଦ୍ୟାଳୟ ପାଇଁ ଏକ ମାଷ୍ଟରପ୍ଳାନ୍ ପ୍ରସ୍ତୁତ କରିବାକୁ ସାଂସଦ ସିଂଦେଓ କୁଳପତିଙ୍କୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ଶିକ୍ଷାନୁଷ୍ଠାନରେ ଏକ ଆଇଟି ହବ୍‌, ଇ-ଲାଇବ୍ରେରୀ ଖୋଲିବା ଦିଗରେ କେନ୍ଦ୍ର ସୂଚନା ପ୍ରଯୁକ୍ତି ମନ୍ତ୍ରୀଙ୍କ ସହ ଆଲୋଚନା କରିବାକୁ ସାଂସଦଙ୍କୁ ପ୍ରତିନିଧି ମଣ୍ଡଳୀ ତରଫରୁ ବିଶେଷ ଅନୁରୋଧ କରାଯାଇଥିଲା । ଆଜିର ଏହି ଆଲୋଚନା ସମୟରେ ରେଜିଷ୍ଟାର ଦୁର୍ଗା ପ୍ରସନ୍ନ ମହାପାତ୍ରଙ୍କ ସହିତ ପୂର୍ବତନ ଛାତ୍ର ଅନନ୍ତ ଦାଶ, ଚିତ୍ତ ରଞ୍ଜନ ନିଶ୍ର, ସୁରମ୍ୟ ମିଶ୍ର, ପିତାମ୍ବର ଖମାରୀ, ଅନିଲ ପାଣିଗ୍ରାହୀ ଓ ଦିନେଶ ଶର୍ମାା ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

20 + 10 =