ହାଇଦ୍ରାବାଦ: ଦୁଇ ଦିନ ଧରି ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ସୁପରଷ୍ଟାର ରଜନୀକାନ୍ତ ଆଜି ଡାକ୍ତରଖାନାରୁ ଡିସଚାର୍ଜ ହୋଇଛନ୍ତିଫ ସୂଚନା ଅନୁସାରେ ରଜନୀକାନ୍ତ ଗତ ୧୦ ଦିନ ହେବ ହାଇଦ୍ରାବାଦରେ ଏକ ଚଳଚ୍ଚିତ୍ର ସୁଟିଙ୍ଗ୍ରେ ବ୍ୟସ୍ତ ଥିଲେ ସୁଟିଙ୍ଗ୍ ସେଟ୍ରେ ଦୁଇଜଣ ବ୍ୟକ୍ତି କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ ହେବା ପରେ ଶୁକ୍ରବାର ସକାଳେ ତାଙ୍କ ରକ୍ତଚାପ ସ୍ଥିର ନରହିବାରୁ ତାଙ୍କୁ ହାଇଦ୍ରାବାଦସ୍ଥିତ ଆପୋଲୋ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କର କରୋନା ପରୀକ୍ଷା କରାଯାଇଥିଲା । ତା’ ପରେ ଚିକିତ୍ସା ଆରମ୍ଭ ହୋଇଥିଲା ଏବଂ ତାଙ୍କ କରୋନା ରିପୋର୍ଟ ନେଗେଟିଭ ଆସିଥିଲା । ତେବେ ଆଜି ସେ ସୁସ୍ଥ ହୋଇ ନିଜ ଘରକୁ ଫେରିଛନ୍ତି। ଡାକ୍ତର ସୁପରଷ୍ଟାର ରଜନୀକାନ୍ତଙ୍କୁ ପରାମର୍ଶ ଦେଇଛନ୍ତି ଯେ’ ବିିଶ୍ରାମ କରିବା ସହ କୌଣସି ଚିନ୍ତା ନକରିବେ ।