pr

ଲୋଇସିଂହାକୁ ଏନ୍ଏସି ଘୋଷଣା ନେଇ ରାଜଧାନୀରେ ବିଜେଡି ନେତା

dr. purohit

ଲୋଇସିଂହା, (ବିମଳେନ୍ଦୁ ସାହୁ) : ରାଜ୍ୟ ସରକାରଙ୍କ ଘୋଷିତ ୩୪ଟି ନୂତନ ବିଜ୍ଞାପିତ ଅଞ୍ଚଳ ପରିଷଦ ତାଲିକାରେ ଲୋଇସିଂହା ତଥା ବୀରମହାରାଜପୁର ସ୍ଥାନ ପାଇ ନଥିଲା । ପରବର୍ତ୍ତୀ ସମୟରେ ବୀରମହାରାଜପୁରକୁ ସରକାର ଏନ୍‌ଏସି ମାନ୍ୟତା ଦେଇଥିଲେ ହେଁ ଲୋଇସିଂହାକୁ ବାଦ୍ ଦେଇଥିଲେ । ଏହାକୁ ନେଇ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ସହିତ ସ୍ଥାନୀୟ ଆଞ୍ଚଳିକ ବିକାଶ ପରିଷଦ, କଂଗ୍ରେସ ତଥା ବିଜେପି ଦଳ ପକ୍ଷରୁ ରାସ୍ତାରୋକ, ବିକ୍ଷୋଭ ତଥା ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କରାଯାଇଥିଲା । ଏପରିକି ଲୋଇସିଂହାକୁ ଏନ୍‌ଏସି ଘୋଷଣା ନ କରିବା ପଛରେ ସ୍ଥାନୀୟ ବିଜେଡି ନେତାଙ୍କ ଅବହେଳାକୁ ପ୍ରକାରାନ୍ତରେ ଦାୟୀ କରାଯାଇଥିଲା । ସ୍ଥାନୀୟ ବିଜେଡି ଶିବିରରେ ଏନେଇ ବିଚାର ବିମର୍ଷ ଚାଲିବା ସହିତ ଆଗାମୀ କାର୍ଯ୍ୟପନ୍ଥା ନେଇ ଆଲୋଚନା କରାଯାଇଥିଲା । ଫଳ ସ୍ୱରୂପ ବିଜେଡି ରାଜ୍ୟ ପରିଷଦ ସଦସ୍ୟ ତଥା ଲୋଇସିଂହା ବିଧାନସଭା ଆସନରୁ ଟିକଟ ଆଶାୟୀ ଥିବା ନିହାର ରଞ୍ଜନ ବେହେରାଙ୍କ ସମେତ ବ୍ଲକ ଅଧ୍ୟକ୍ଷ ଯତୀନ୍ଦ୍ର ପଟେଲ, ପ୍ରଦୀପ ସାହୁ ପ୍ରମୁଖ ଭୁବନେଶ୍ୱରଠାରେ ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ଭେଟିଥିଲେ । ଏଥିସହିତ ଏନ୍ଏସି ପାଇଁ ସମସ୍ତ ମାନଦଣ୍ଡ ପୁରଣ କରୁଥିବା ହେତୁ ଲୋଇସିଂହାକୁ ଏନ୍‌ଏସି ଭାବେ ଘୋଷଣା କରିବାକୁ ଦାବି ଉପସ୍ଥାପନ କରିଥିଲେ । ଖୁବଶୀଘ୍ର ଏ ଦିଗରେ ରାଜ୍ୟ ସରକାର ପଦକ୍ଷେପ ନେବେ ବୋଲି ବ୍ଲକ ଅଧ୍ୟକ୍ଷ ଶ୍ରୀ ପଟେଲ ସୂଚନା ଦେଇଛନ୍ତି ।

nrusinghnath
Leave A Reply

Your email address will not be published.