ଜାତୀୟ ବିଜ୍ଞାନ ଦିବସ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଶିଶୁ ବିକାଶ କେନ୍ଦ୍ର ଓ ମାଲପଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମିଳିତ ଉଦ୍ୟମରେ ସଭାପତି ମଦନ ମୋହନ ରଥଙ୍କ ପରିଚାଳନାରେ ଓ ଆଂଚଳିକ ସାଧନ କେନ୍ଦ୍ର ସଂଯୋଜିକା ରଶ୍ମିତା ମହାନ୍ତିଙ୍କ ତତ୍ତ୍ୱାବଧାନରେ ଜାତୀୟ ବିଜ୍ଞାନ ଦିବସ ଓ ଶିଶୁ ବିକାଶ କେନ୍ଦ୍ରର ବିବିଧ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଡ. ପ୍ରେମଚାନ୍ଦ ମହାନ୍ତି ବିଜ୍ଞାନର ଜନ୍ମ, ଗତି ଓ ଅଗ୍ରଗତି ସଂପର୍କରେ ଏବଂ କେଶବ ଚନ୍ଦ୍ର ମିଶ୍ର ଘର ଅଗଣା ଓ ବାଡି ପଟରେ ଫଳ ଓ ଫୁଲ ଗଛ ଲଗାଇବାର ଉପକାରିତା ସଂପର୍କରେ ସୂଚନା ପ୍ରଦାନ କରିଥିଲେ । କସ୍ତୁରୀ ରଥ କୁଇଜ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମକୁ ଅରୁଣ କୁମାର ଖୁଆସ, ମାଳତୀ ଉଦ୍‌ଗାତା, ଗୀତାଞ୍ଜଳି ନନ୍ଦ, ବିଜୟରାଣୀ ମନହିରା, ଜ୍ଞାନେଶ୍ୱରୀ ମିଶ୍ର, ସୀମା ଉଦ୍‌ଗାତା ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ପ୍ରଧାନ ଶିକ୍ଷୟିତ୍ରୀ ପ୍ରଭାସିନୀ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

thirteen − three =