ବ୍ଲକସ୍ତରୀୟ ବ୍ୟାଙ୍କ ଋଣ ସୁଧ ଫେରସ୍ତ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଦର ବ୍ଲକ ପରିସରଠାରେ ବ୍ଲକସ୍ତରୀୟ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ବ୍ୟାଙ୍କ ଋଣ ସୁଧ ଫେରସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ ହାଉସିଂ ବୋର୍ଡ ଅଧ୍ୟକ୍ଷ କଳିକେଶ ନାରାୟଣ ସିଂହଦେଓ ଓ ବଲାଙ୍ଗିର ବ୍ଲକ୍ ଅଧ୍ୟକ୍ଷା ଶ୍ରୀମତୀ ସରିତା ବାଗ ଯୋଗଦେଇ ଥିଲେ । ଏହି କାର୍ଯ୍ୟକ୍ରମରେ ଏମ୍‌ବିକେ, ସିଆର୍‌ପିସିଏମ୍‌, କୃଷି ମିତ୍ର, ପ୍ରାଣୀ ମିତ୍ର, ବ୍ୟାଙ୍କ ମିତ୍ର, ବିଏଲ୍‌ଏଫ୍‌ ଓ ଜିପିଏଲ୍‌ଏଫ୍‌ ଲିଡରମାନେ ଉପସ୍ଥିତ ଥିଲେ । ରାଜ୍ୟର ୭୦ ଲକ୍ଷ ମା’ମାନଙ୍କ ପାଇଁ ୟୁନିଫର୍ମ ଓ ବ୍ଲେଜର ବ୍ୟବସ୍ଥା କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ମିଶନ ଶକ୍ତି ମହିଳାମାନେ ଅଶେଷ ଧନ୍ୟବାଦ ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏସ୍‌ଏଚ୍‌ଜି ମହିଳାମାନଙ୍କୁ ପୋଷାକ ଓ ବ୍ଲେଜର ବାବଦକୁ ଆର୍ଥିକ ସହାୟତା ସହିତ ମିଶନ ଶକ୍ତିକୁ ଆଗରୁ ନେଇଥିବା ଋଣ ବାବଦ ସୁଧକୁ ଫେରସ୍ତ କରିଦେଇଛନ୍ତି । ଭାରଚୁଆଲ ମାଧ୍ୟମରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଏହାକୁ ଶୁଭାରମ୍ଭ କରିଛନ୍ତି । ପ୍ରତ୍ୟେକ ଏସ୍‌ଏଚ୍‌ଜି ମହିଳା ପାଇବେ ୧୦୦୦ଟଙ୍କା ଓ କାର୍ଯ୍ୟ ନିର୍ବାହୀ କମିଟି ସଦସ୍ୟା ପାଇବେ ୨୦୦୦ ଟଙ୍କା । ଏହା ସହିତ ବିନା ସୁଧରେ ମିଶନ ଶକ୍ତି ଏସ୍‌ଏଚ୍‌ଜି ଦଳ ୧୦ ଲକ୍ଷ ପର୍ଯ୍ୟନ୍ତ ଋଣ ନେଇପାରିବେ । ଏହା ଦ୍ୱାରା ମହିଳାମାନେ ଆର୍ଥିକ କ୍ଷେତ୍ରରେ ସ୍ୱବାଲମ୍ବୀ ହୋଇପାରିବେ । ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ପରେ ବ୍ଲକସ୍ତରୀୟ ମିଶନ ଶକ୍ତି ମହିଳାମାନଙ୍କୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Leave A Reply

Your email address will not be published.

16 − 10 =