ସ୍ଥାନୀୟ ବ୍ରହ୍ମପୁର ରେଳ ଷ୍ଟେସନ ସମ୍ମୁଖରେ ଦକ୍ଷିଣ ଓଡ଼ିଶା ରେଳପଥ ବିକାଶ ମିଳିତ କ୍ରିୟାନୁଷ୍ଠାନ କମିଟି ଆନ୍ଦୋଳନ

  • ବ୍ରହ୍ମପୁର ରେଳ ଷ୍ଟେସନ କୁ ଏନ୍.ଏସ.ଜି -୨ର ମାନ୍ୟତାକୁ ମିଳିତ କ୍ରିୟାନୁଷ୍ଠାନ କମିଟିର ସ୍ୱାଗତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗତ ଆର୍ଥିକ ବର୍ଷରେ ୧୦୦ କୋଟିରୁ ଅଧିକ ରାଜସ୍ୱ ସଂଗ୍ରହ କରିଥିବା ଯୋଗୁଁ ବ୍ରହ୍ମପୁର ରେଳୱେ ଷ୍ଟେସନକୁ ଏନ୍.ଏସ.ଜି -୨ର ମାନ୍ୟତା ଦେଇଥିବାରୁ ଭାରତୀୟ ରେଳ ମନ୍ତ୍ରାଳୟକୁ ଦକ୍ଷିଣ ଓଡ଼ିଶା ରେଳପଥ ବିକାଶ ମିଳିତ କ୍ରିୟାନୁଷ୍ଠାନ କମିଟି ଅଭିନନ୍ଦନ ଜଣାଇଛନ୍ତି । ଗତ ତା ୦୯/୦୯/୨୪ ଠାରୁ ମିଳିତ କ୍ରିୟାନୁଷ୍ଠାନ କମିଟି ୭ ଦଫା ଦାବି ନେଇ ବ୍ରହ୍ମପୁର ରେଳୱେ ଷ୍ଟେସନ ଆଗରେ ଧାରଣାରେ ବସିଛନ୍ତି, ଏହି ଦାବି ମଧ୍ୟରୁ ଏହା ଏକ ପ୍ରମୁଖ ଦାବି ରହିଥିଲା ଏବଂ ଏହି ଦାବିକୁ ପୂରଣ କରିଥିବାରୁ ଦକ୍ଷିଣ ଓଡ଼ିଶା ରେଳପଥ ବିକାଶ ମିଳିତ କ୍ରିୟାନୁଷ୍ଠାନ କମିଟି ରେଳ ମନ୍ତ୍ରାଳୟ ସହ ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବଙ୍କୁ ଅଭିନନ୍ଦନ ସହ ଆଉ ୬ ଦଫା ଦାବି ତୁରନ୍ତ କାର୍ଯ୍ୟକ୍ଷମ କରିବା ସହ ଦକ୍ଷିଣ ଓଡ଼ିଶାର ରେଳପଥର ସ୍ଥାୟୀ ବିକାଶ ଏବଂ ଉନ୍ନତି କରିବାକୁ ଅନୁରୋଧ କରିଛନ୍ତି ଆଜିର ଅନଶନ ମାଧ୍ୟମରେ । ଆଜିର ଏହି ଗଣ ଆନ୍ଦୋଳନ ଏବଂ ଅନଶନରେ ବହୁ ବିଶିଷ୍ଟ ସଙ୍ଗଠନ ମାନ ଯୋଗଦେଇ ମିଳିତ ଦକ୍ଷିଣ ଓଡ଼ିଶା ରେଳପଥ ବିକାଶ ମିଳିତ କ୍ରିୟାନୁଷ୍ଠାନ କମିଟିର ଆନ୍ଦୋଳନକୁ ଆହୁରି ବ୍ୟାପକ କରିବା ସହ ବ୍ରହ୍ମପୁର ସହର ସହ ଦକ୍ଷିଣ ଓଡ଼ିଶାର ରେଳପଥ ବିକାଶକୁ ତ୍ଵରାନିତ କରିବାକୁ ମିଳିମିଶି କାର୍ଯ୍ୟକରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ଆଜିର ଏହି କାର୍ଯ୍ୟକ୍ରମରେ ଦକ୍ଷିଣ ଓଡ଼ିଶା ରେଳପଥ ବିକାଶ ମିଳିତ କ୍ରିୟାନୁଷ୍ଠାନ କମିଟିର ଆବାହକ ତଥା ବରିଷ୍ଠ ଆଇନଜୀବୀ ତଥା ପ୍ରଗତିଶୀଳ ଉତ୍କଳ ସମାଜର ରାଜ୍ୟ ସମ୍ପାଦକ ସରୋଜ ରଞ୍ଜନ ପଟ୍ଟନାୟକ, ବରିଷ୍ଠ ଅବସରପ୍ରାପ୍ତ ପ୍ରଶାସକ ଡଃ. ବାଳକୃଷ୍ଣ ପଣ୍ଡା, ସ୍ଥାୟୀ ବିକାଶ ଲକ୍ଷ୍ୟର ସଭାପତି, ମାନବାଧିକାର କର୍ମୀ ତଥା ଏହି କମିଟିର ମିଡ଼ିଆ ସଂଯୋଜକ ରବୀନ୍ଦ୍ର କୁମାର ମିଶ୍ର, ଟିମ୍ କ୍ଲିନ୍ ସିଟିର ଆବାହକ ତଥା ବରିଷ୍ଠ ସାମ୍ବାଦିକ ଶକ୍ତିଧର ରାଜଗୁରୁ, ଅବସରପ୍ରାପ୍ତ ପ୍ରାଧ୍ୟାପକ ଏବଂ ବରଗଛ ସୁରକ୍ଷାର ସଭାପତି ଲୋକନାଥ ପରିଡ଼ା, ଅବସରପ୍ରାପ୍ତ ପ୍ରାଧ୍ୟାପକ ଡଃ. ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ, ଗଞ୍ଜାମ ଜିଲ୍ଲା ବିକାଶ ମଞ୍ଚ ପକ୍ଷରୁ ରାଜେନ୍ଦ୍ର ପଣ୍ଡା, ଆଇନଜୀବୀ ଡଃ. ଶିବ ପ୍ରସାଦ ମିଶ୍ର, ପ୍ରଗତିଶୀଳ ଉତ୍କଳ ସମାଜର ସୂର୍ଯ୍ୟନାରାୟଣ ବେହେରା, ଡଃ. କେଶବ ରାଓ, ମହେଶ୍ୱର ବାଡତ୍ୟା, ମହାନ୍ ସଂଘ ପକ୍ଷରୁ ସୁଶାନ୍ତ ସାବତ, ଜଗନ୍ନାଥ ଚେତନା ଫାଉଣ୍ଡେସନ ସଭାପତି ପଦ୍ମଚରଣ ଦାସ, ବରିଷ୍ଠ ସମାଜସେବୀ ମାନସ ରଞ୍ଜନ ପାତ୍ର, ଫୋରମ୍ ଫର୍ ଗଞ୍ଜାମ ଇ.ଟି.ରାଓ, ଛାତ୍ର ନେତା ପପୁନା ସାହୁ, ପୋଲସରା ନାଗରିକ ମଞ୍ଚର ସମ୍ପାଦକ ମାନସ ରଞ୍ଜନ ତ୍ରିପାଠୀ, ଏ.ଆର.ଡି.ଏସ.ଓ ର ସଭାପତି ନିମାଇଁ ଚରଣ ସାହୁ, ବରିଷ୍ଠ ସାମ୍ବାଦିକ ବାସୁଦେବ ବିଷୋୟୀ, ଜୟରାମ ମହାରଣା, ଦୀପକ ପଣ୍ଡା, ଖଲ୍ଲିକୋଟ କଲେଜର ଛାତ୍ର ନେତା କିଶାନ କୁମାର ସାହୁ, ସମାଜସେବୀ ପ୍ରକାଶ ଚନ୍ଦ୍ର ସାହୁ, ବରିଷ୍ଠ ଅବସରପ୍ରାପ୍ତ ଅଧିକାରୀ ପ୍ରବୀଣ ପଟ୍ଟନାୟକ, ସମାଜସେବୀ ଆଦିତ୍ୟ ନାରାୟଣ ରଥ, ଚାମ୍ବର ଅଫ୍ କମର୍ସ ସଭାପତି ଇପାରି ଶିବପ୍ରସାଦ ରାଓ, ସମ୍ପାଦକ ଭି.ସନ୍ତୋଷ କୁମାର, ସୌରାଜ୍ୟ ସୁବୁଦ୍ଧି, ବରିଷ୍ଠ ନାଗରିକ ମଞ୍ଚ ପ୍ରଫେସର ଭାସ୍କର ପାଢ଼ୀ, ପ୍ରମୋଦ କୁମାର ସାହୁ, ସୁରେଶ ଜେନା, ସମାଜସେବୀ କେଦାରନାଥ ପଣ୍ଡା, ପୂର୍ବତନ ବ୍ଲକ ଅଧ୍ୟକ୍ଷ ସମାଜସେବୀ ବାସୁଦେବ ସାହୁକାର, ଗୋପାଳପୁର ସାଂସ୍କୃତିକ ଏବଂ ପର୍ୟ୍ୟଟନ ଫୋରମ୍ର ଈଶ୍ୱରୀ ରାଉତ, ଶିକ୍ଷକ ନେତା ଅବସରପ୍ରାପ୍ତ କାମରଜୁ ମହାରଣା, ଶିକ୍ଷକ ମହାସଂଘର ଅଶୋକ କୁମାର ଦଳେଇ, ସେବା ନିବୃତ୍ତ କର୍ମଚାରୀ ବିକାଶ ମଞ୍ଚ ପ୍ରଦୀପ ସାହୁ, ଆମ ସଂସ୍କୃତି ଆମ ପରମ୍ପରା ସଭାପତି ସୂର୍ଯ୍ୟ ନାରାୟଣ ଦାସ, ଶ୍ରମିକ ନେତା ଦେବରାଜ କୋଠିଆ, ଚନ୍ଦ୍ରଧ୍ଵଜ ପଣ୍ଡା, ସବିତା ସାହୁକାର, ରବୀନ୍ଦ୍ର କୁମାର ନାୟକ, ଅବସରପ୍ରାପ୍ତ ଚିକିତ୍ସକ କେ. ନନ୍ଦେଶୁ ସେନାପତି, ସୁରେଶ ଜେନା, ରାମକୃଷ୍ଣ ପଟ୍ଟନାୟକ, ସମାଜସେବୀ ଧୀରେନ୍ଦ୍ର କୁମାର ସାବତ, ସରସ୍ଵତୀ ଶିଶୁ ମନ୍ଦିର ଭଞ୍ଜନଗର ସତ୍ୟନାରାୟଣ ପାତ୍ର, ପୂର୍ବତନ ବ୍ଲକ ଚେୟାରମେନ୍‌ ଓ ଆଇନଜୀବୀ ଏନ୍. ଭିମାରଜୁ ରେଡ୍ଡୀ, ଗୋପାଳପୁର ମଣ୍ଡଳ ସଭାପତି ପଞ୍ଚୁ ବେହେରା, ଘୁମୁସର ବିକାଶ ପରିଷଦର ସମ୍ପାଦକ ପ୍ରକାଶ ଚନ୍ଦ୍ର ସାଥି, ଗିରିଧାରୀ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ଆଜିର ଏହି ଆନ୍ଦୋଳନକୁ ସଫଳ ରୂପାୟନ ଦେଇଥିଲେ ।

Leave A Reply

Your email address will not be published.