pakka

‘ରଚନା’ ପକ୍ଷରୁ ହାଡ଼, ବର୍ଣ୍ଣ ଓ ମାୟା ବଗିଚାର କଥାକାର ମନୋଜ ପଣ୍ଡା ସ୍ମାରକୀ ବକ୍ତୃତା ସମାରୋହ ଅନୁଷ୍ଠିତ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ସାମ୍ବାଦିକ ଭବନରେ ସାରଳା ପୁରସ୍କାର ପ୍ରାପ୍ତ ହାଡ଼, ବର୍ଣ୍ଣ ଓ ମାୟା ବଗିଚାର କଥାକାର ମନୋଜ ପଣ୍ଡା ସ୍ମାରକୀ ବକ୍ତୃତା ସମାରୋହ ଅନୁଷ୍ଠିତ ହୋଇଯାଇଛି । ‘ରଚନା’ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ସଭାପତି ସନାତନ ଠାକୁରଙ୍କ ସଭାପତିତ୍ୱରେ ଆୟୋଜିତ ହୋଇଥିବା ବେଳେ ସଂପାଦକ ଭାଗୀରଥି ମିଶ୍ର ସଭା ସଂଚାଳନ କରିଥିଲେ । ପ୍ରଫେସର ମଧୁସୂଦନ ପତି ‘କର୍ମେ ଜିଏଁ ନର’ ବିଷୟବସ୍ତୁକୁ ନେଇ ବିଶେଷ ଆଲୋଚନା ଉପସ୍ଥାପନ କରିଥିଲେ । କଥାକାର ମନୋଜ ପଣ୍ଡାଙ୍କ ରଚିତ ଗଳ୍ପ ପାଠ କରିଥିଲେ ଯୁବ କବି ମୃଗେଶ ବୈଷ୍ଣବ ପାଣିଗ୍ରାହୀ ଓ ସସ୍ମିତା ନେପାକ । ପ୍ରଫେସର ମଧୁସୂଦନ ପତିଙ୍କ ଆଲୋଚନା ପରେ ଉପସ୍ଥିତ ଶ୍ରୋତା ମଣ୍ଡଳୀଙ୍କ ସହ ସେ ଭାବ ବିନିମୟ କରିଥିଲେ ।

Leave A Reply

Your email address will not be published.

1 × 4 =