ବଳଦେବ ଦୀକ୍ଷିତଙ୍କର “ସୁନ୍ଦର ଜୀବନ ଲାଗି ସେମାନଙ୍କର ୧୦୮ ଉପଦେଶ ” ପୁସ୍ତକ ଉନ୍ମୋଚିତ

ଲାଠୋର, (ପୁସ୍ତମ ଯୁଆଡି) : ବର୍ଷୀୟାନ୍ ସାହିତ୍ୟିକ ବଳଦେବ ଦୀକ୍ଷିତଙ୍କର ସମ୍ବଲପୁରୀ/କୋଶଲୀ ଭାଷାରେ ଲିଖିତ ଶିଶୁ ଉପାଦେୟ ପୁସ୍ତକ “ସୁନ୍ଦର ଜୀବନ ଲାଗି ସେମାନକର ୧୦୮ ଉପଦେଶ” ସ୍ଥାନୀୟ ସରକାରୀ ଉ.ପ୍ରା. ବିଦ୍ୟାଳୟ ଶୁକ୍ଲିମୁଣ୍ଡିରେ ଉନ୍ମୋଚିତ ହୋଇଯାଇଛି । ଶ୍ରୀ ଦୀକ୍ଷିତଙ୍କର ସଂଗୃହୀତ ଏହି ପୁସ୍ତକରେ ଭାରତ ତଥା ପାଶ୍ଚାତ୍ୟ ଦେଶର ମହାପୁରୁଷ ଏବଂ ଦାର୍ଶନିକ ମାନଙ୍କର ଉପଦେଶ ସ୍ଥାନ ପାଇଛି । ଉନ୍ମୋଚନ ଉତ୍ସବରେ ଠିକପାଲି ସରପଞ୍ଚ ଗୋପୀନାଥ ଶବରଙ୍କ ସହ ବିଦ୍ୟାଳୟର ନାରାୟଣଦାଶ ପାଢୀ, ସନ୍ତୋଷିନୀ ଶବର, ଉର୍ମିଳା ମହାନ୍ତି, ସମୀର ମହାନ୍ତି, ଶୋଭାକର ପ୍ରଧାନ ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

one × 5 =